ଓଡ଼ିଶାମୁଖ୍ୟ ଖବର

୨୭ରେ ଭାରତ ବନ୍ଦ

ଆସନ୍ତା ୨୭ତାରିଖରେ ‘ଭାରତ ବନ୍ଦ’ । ଏହାକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ଜିଲ୍ଲାର ପୁଲିସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତ ବନ୍ଦ ଯୋଗୁ ଗାଡ଼ିମୋଟର ଚଳାଚଳ ପ୍ରଭାବିତ ହେବା ସହ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ । ତେଣୁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ନିଜର ଅଫିସ୍ ଟାଇମର ବହୁ ପୂର୍ବରୁ ଅଫିସ୍ ଆସିବା ନିମନ୍ତେ ପରାମର୍ଶ ଦିଆଯାଇଛି ।

ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ଶ୍ରମ ନୀତିକୁ ବିରୋଧ ସହ ସ୍ୱାମୀନାଥନ କମିଶନ ସୁପାରିଶକୁ ଲାଗୁ କରିବା ଏବଂ କୃଷି ବିଲକୁ ଫେରସ୍ତ ଦାବିରେ ଆସନ୍ତା ୨୭ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରା ଚାଷୀ ସଂଗଠନଗୁଡ଼ିକ ଦେଇଥିବାବେଳେ କଂଗ୍ରେସ ସମେତ ୭ଟି ରାଜନୀତିକ ଦଳ ଏବଂ ବହୁ ଶ୍ରମିକ ସଂଗଠନ ଏହାକୁ ସମର୍ଥନ କରିଛି । ଏହି କାରଣରୁ ବନ୍ଦବେଳେ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ନିମନ୍ତେ ଜିଲ୍ଲା ପୁଲିସ୍ ସମ୍ପୂର୍ଣ୍ଣ ସତର୍କ ରହିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ।

‘ଭାରତ ବନ୍ଦ’ର ବିଶେଷ ପ୍ରଭାବ ରାଜଧାନୀ ଭୁବନେଶ୍ୱର ଓ କଟକରେ ଅନୁଭୂତ ହେବାର ଆଶଙ୍କା ରହିଛି । ବିଶେଷକରି ସିପିଆଇ କର୍ମକର୍ତ୍ତାମାନଙ୍କ ଦ୍ୱାରା ଭୁବନେଶ୍ୱରରେ ଟ୍ରେନ ଚଳାଚଳ ପ୍ରଭାବିତ ହେବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଛକ ସ୍ଥାନଗୁଡ଼ିକରେ ପିକେଟିଂ ଓ ରାସ୍ତାରୋକ୍ ହେବାର ସମ୍ଭାବନା ରହିଛି । କଂଗ୍ରେସ ପକ୍ଷରୁ ମଧ୍ୟ ସହରରେ ମୋଟର ବାଇକ ର‌୍ୟାଲି ଓ ଧାରଣା ପ୍ରଦର୍ଶନ କରାଯିବ ବୋଲି ସୂଚନା ମିଳିଛି । କୌଣସି ଅପ୍ରୀତିକର ପରିସ୍ଥିିିତି ଉପୁଜିଲେ ତାକୁ ଆଗୁଆ ଏଡ଼ାଇବାକୁ ପଦକ୍ଷେପ ନେବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

 

Show More

Related Articles

Back to top button