Breaking PLUSଖେଳମୁଖ୍ୟ ଖବର

ରାଜସ୍ଥାନକୁ ୩୩ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ

ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂକରି ୬ ଓ୍ବିକେଟ ହରାଇ ୧୫୪ ରନ ସଂଗ୍ରହ କରିଥିଲା ଦିଲ୍ଲୀ । ଜବାବରେ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ମାତ୍ର ୧୨୧ ରନ କରିପାରିଛି ରାଜସ୍ଥାନ ରୟାଲ୍ସ । ଆଜି ରାଜସ୍ଥାନ ରୟାଲ୍ସକୁ ଦିଲ୍ଲୀ ୩୩ ରନ୍‌ରେ ହରାଇବା ପରେ ପଏଣ୍ଟ ଟେବୁଲରେ ଶୀର୍ଷରେ ପହଞ୍ଚିଛି ।

୧୫୫ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ରାଜସ୍ଥାନ ମାତ୍ର ୧୨୧ ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଲିୟାମ ଲିଭିଙ୍ଗଷ୍ଟନ୍‌ ୧ରନ, ଜସସ୍ବୀ ଜୟସଓ୍ବାଲ ୫ ରନ ଓପନିଂ ବ୍ୟାଟ୍ସମ୍ୟାନ ଭାବେ ଫେଲ ମାରିଥିଲେ । ପରେ ଅଧିନାୟକ ସଞ୍ଜୁ ସାମସନ ଗୋଟିଏ ପଟେ ପାରି ସମ୍ଭାଳିଥିଲେ ସୁଦ୍ଧା ଅନ୍ୟପଟେ କୌଣସି ବ୍ୟାଟ୍ସମ୍ୟାନ ସ୍କୋର କରିପାରିନଥିଲେ । ଡେଭିଡ୍‌ ମିଲର ୭ରନ, ମହିପାଲ ଲୋମରୋର୍‌ ୧୯, ରିୟାନ ପରାଗ୍‌ ୨, ରାହୁଲ ତେଓ୍ବାତିୟା ୯ ରନ କରି ଆଉଟ ହୋଇଛନ୍ତି ସାମସନ୍‌ ୭୦ ଏବଂ ତବରିଜ୍‌ ସାମସୀ ୨ ରନ କରି ଅପରାଜିତ ରହିଛନ୍ତି ।

ଅନ୍ୟପଟେ ଦିଲ୍ଲୀର ବୋଲର ମାନେ କୌଣସି ହାତ ଖୋଲା ସଟ୍‌ ଖେଳିବାକୁ ଦେଇନଥିଲେ । ଅବେସ୍‌ ଖାନ ୪ ଓଭରରେ ୨୯ ରନ ଦେଇ ୧ ଓ୍ବିକେଟ ନେଇଥିବା ବେଳେ, ଏନରିଚ୍‌ ନୋର୍ଟ୍‌ଜେ ୪ଓଭରରେ ୧୮ ରନ ୨ ଓ୍ବିକେଟ୍‌, ରବିଚନ୍ଦ୍ରନ ଅଶ୍ବିନ ୪ ଓଭରରେ ୨୦ ରନ ୧ ଓ୍ବିକେଟ୍‌, କାଗିସୋ ରାବାଡା ୪ ଓଭରରେ ୨୬ ରନ ୧ ଓ୍ବିକେଟ ଏବଂ ଅକ୍ଷର ପଟେଲ ୪ ଓଭରରେ ୨୭ ରନ ଦେଇ ଗୋଟିଏ ଓ୍ବିକେଟ ନେଇଛନ୍ତି ।

ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ଶ୍ରେୟସ୍‌ ଆୟର ଏବଂ ସିମ୍ରନ୍‌ ହେଟମାୟରଙ୍କ ଉପଯୋଗୀ ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୫୪ ରନ କରିଥିଲା । ରାଜସ୍ଥାନକୁ ଜିତିବାକୁ ୧୫୫ ରନ ଆବଶ୍ୟକ ଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଓପନର ପଥ୍ବୀ ସ’ ଏବଂ ଶିଖର ଧାଓ୍ବନ୍‌ ଦଳକୁ ନିରାଶ କରିଥିଲେ । ବ୍ୟକ୍ତିଗତ ଭାବେ ପୃଥ୍ବୀ ସ’ ୧୦ ରନ କରି ଆଉଟ ହୋଇଥିବା ବେଳେ ଶିଖର ଧାଓ୍ବନ ୮ ରନ କରି ଆଉଟ ହୋଇଥିଲେ । ସେହିଭଳି ଶ୍ରେୟସ ଆୟର ଚମତ୍କାର ଇନିଂସ ଖେଳି ୩୨ ବଲରେ ଗୋଟିଏ ଚୌକା ଏବଂ ୨ଟି ଛକା ସହାୟତାରେ ୪୩ ରନ କରି ଆଉଟ ହୋଇଥିବା ବେଳେ, ଋଷଭ ପନ୍ତ ୨୪ ରନ, ସିମ୍ରନ୍‌ ହେଟମାୟର ୨୮ ରନ, ଅକ୍ଷର ପଟେଲ ୧୨ ରନ କରି ଆଉଟ ହୋଇଛନ୍ତି । ଲଳିତ ଯାଦବ ୧୪ ଏବଂ ରବିଚନ୍ଦ୍ରନ ଅଶ୍ବିନ ୬ ରନ କରି ଅପରାଜିତ ଥିଲେ ।

ରାଜସ୍ଥାନ ପକ୍ଷରୁ ତବରିଜ୍‌ ସାମସୀ ୪ ଓଭରରେ ୩୪ ରନ ଦେଇଥିବା ବେଳେ, ମହିପାଲ ଲୋମରୋର୍‌ ୧ ଓଭରରେ ୫ ରନ, କାର୍ତ୍ତିକ ତ୍ୟାଗୀ ୪ ଓଭରରେ ୪୦ ରନ ୧ ଓ୍ବିକେଟ୍‌, ଚେତନ ସକାରିୟା ୪ ଓଭରରେ ୩୩ ରନ ୨ ଓ୍ବକେଟ, ମୁସ୍ତଫିଜୁର ରେହମାନ ୪ଓଭରରେ ୨୨ ରନ ୨ ଓ୍ବିକେଟ, ରାହୁଲ ତେଓ୍ବାତିୟା ୩ ଓଭରରେ ୧୭ ରନ ଦେଇ ୧ ଓ୍ବିକେଟ ନେଇଥିଲେ ।

Show More

Related Articles

Back to top button