ଓଡ଼ିଶାସ୍ୱାସ୍ଥ୍ୟ

ଚିକିତ୍ସାଧିନ ଅବସ୍ଥାରେ ପ୍ରେମାର ମୃତ୍ୟୁ,ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୩କୁ ହ୍ରାସ ପାଇଲା ହାତୀ ସଂଖ୍ୟା

ଚିକିତ୍ସାଧିନ ଅବସ୍ଥାରେ ପ୍ରେମାର ମୃତ୍ୟୁ । ଶୁକ୍ରବାର ଅପରାହ୍ନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବାର୍ଦ୍ଧକ୍ୟ ପୀଡିତ ଚିକିତ୍ସାଧିନ ବୟସ୍କା ହାତୀ ପ୍ରେମାର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାକୁ ୫୮ବର୍ଷ ବୟସ ହୋଇଥିଲା । ସେ ଗତକଲିଠାରୁ ହାତୀଶାଳର ଚଟାଣରେ ଶୋଇ ରହୁଥିଲା । ଠିଆ ହେବାକୁ ସକ୍ଷମ ନଥିଲା ।

ତେବେ ପ୍ରେମାକୁ ଛିଡା କରାଇବା ଲାଗି ଅବସରପ୍ରାପ୍ତ ସହକାରୀ ନିର୍ଦ୍ଦେଶକ କମଳ ଲୋଚନ ପୁରୋହିତ, କେନ୍ଦ୍ରୀୟ ଚିଡିଆଖାନା ସଂଯୋଜକ ତଥା ଓୟୁଏଟି ପ୍ରାଣୀ ଚିକିତ୍ସା ଔଷଧ ବିଭାଗର ପ୍ରଫେସର ନିରଞ୍ଜନ ସାହୁ ଓ ଚନ୍ଦକାରୁ ଜଣେ ମାହୁନ୍ତ ଆସିଥିଲେ। ପ୍ରେମା ପେଟ ତଳେ ବେଲଟ ବାନ୍ଧି ହାଇଡ୍ରା ମେସିନ ସାହାଯ୍ୟରେ ସେମାନେ ତାକୁ ଚଟାଣରୁ ଉଠାଇବା ପାଇଁ ଚେଷ୍ଟା କରୁଥିଲେ । ଉଠିବା ପରେ ସେ ଆଗ ଗୋଡ ତଳେ ଲଗାଇ ଛିଡା ହେବାକୁ ଅକ୍ଷମ ହୋଇଥିଲା।

ପ୍ରଫେସର ଶ୍ରୀ ସାହୁ ପ୍ରେମାକୁ ସାଲାଇନ ଦେବା ପରେ ସେ ଧୀରେ ଧୀରେ ଗୋଡ ତଳେ ଲଗାଇବାକୁ ଚେଷ୍ଟା କଲେ ମଧ୍ୟ ଛିଡା ହୋଇ ନ ପାରି ତଳେ ବସି ପଡିଲା। ତାର ଅକ୍ଷମତାକୁ ଲକ୍ଷ କରି ତାକୁ ଆଉ ଛିଡା କରାଯାଇନଥିଲା। କିଛି ସମୟ ବସିବା ପରେ ପ୍ରେମା ପୁଣି ଗଡଘାଲି ତଳେ ଶୋଇ ଯାଇଥିଲା। ତାକୁ ପୁନର୍ବାର ଉଠାଇ ବସା ଯାଇଥିଲା। ଶେଷକୁ ପ୍ରେମାକୁ ଦୈନଦିନ ଏହିପରି ଛିଡା କରାଇବାକୁ ପ୍ରୟାସ କରାବା ସହିତ ତାକୁ ଉଭୟ ପାଖ ଲେଉଟାଇ ଶୋଇବାକୁ ନିଷ୍ପତ୍ତି ନେଇଥିଲେ ବିଶେଷଜ୍ଞ ଓ ନନ୍ଦନକାନନ କର୍ତ୍ତୃପକ୍ଷ । ସବୁ ଚେଷ୍ଟା ବିଫଳ ହେଲା । ଶେଷରେ ଅପରାହ୍ନରେ ପ୍ରେମାର ମୃତ୍ୟୁ ହୋଇଛି।

 

Show More

Related Articles

Back to top button