ଦେଶ ବିଦେଶମୁଖ୍ୟ ଖବରରାଜନୀତି

ହିମାଚଳ ପ୍ରଦେଶ ନିର୍ବାଚନ: ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସମସ୍ତ ୬୮ଟି ଯାକ ବିଧାନସଭା ଆସନରେ ପ୍ରାର୍ଥୀପତ୍ର ଗୁଡ଼ିକର ଯାଞ୍ଚ ଶେଷ ହୋଇଛି। ଯାଞ୍ଚ ପରେ ସ୍ୱାଧୀନ ପ୍ରାର୍ଥୀମାନଙ୍କ ସମେତ ବିଭିନ୍ନ ରାଜନୈତିକ ଦଳରୁ ମୋଟ ୫୬୧ ଜଣଙ୍କ ପ୍ରାର୍ଥୀ ପତ୍ର କାଏମ ରହିଛି । ସର୍ବମୋଟ ୭୭୫ଟି ପ୍ରାର୍ଥୀପତ୍ର ଦାଖଲ କରାଯାଇଥିଲା। ଆସନ୍ତାକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ଆସନ୍ତାମାସ ୧୨ ତାରିଖରେ ସେଠାରେ ମତଦାନ ହେବ। ନିର୍ବାଚନ ଫଳାଫଳ ଡିସେମ୍ବର ୮ ତାରିଖରେ ପ୍ରକାଶ ପାଇବ। ହିମାଚଳ ପ୍ରଦେଶରେ ସର୍ବମୋଟ ୫୫ ଲକ୍ଷ ୯୨ ହଜାର ୮୨୮ ଜଣ ମତଦାତା ଅଛନ୍ତି।  ସେମାନଙ୍କ ମଧ୍ୟରେ ୨୭ ଲକ୍ଷ ୩୭ ହଜାର ୮୪୫ ମହିଳା, ୨୮ ଲକ୍ଷ ୫୪ ହଜାର ୯୪୫ ଜଣ ପୁରୁଷ ଓ ୩୮ ଜଣ ତୃତୀୟ ଲିଙ୍ଗୀ  ମତଦାତା ଅଛନ୍ତି । ନିର୍ବାଚନ ସମୟରେ ହେବାକୁ ଥିବା ଭ୍ରଷ୍ଟାଚାର ଉପରେ ଗୁରୁତ୍ୱ ଦେଇଛନ୍ତି ନିର୍ବାଚନ କମିଶନ। ଦୁର୍ନୀତି ଯେମିତି ନ ହୁଏ ଏଥିପ୍ରତି ଲୋକଙ୍କୁ ସଚେତନ ରହିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଦୁର୍ନିତି ବିଷୟରେ ଖବର ମିଳିଲେ ସୂଚନା ଦେବାକୁ କମିଶନ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ହିମାଚଳ ପ୍ରଦେଶର ୬୮ଟି ଆସନ ରହିଛି। ବର୍ତ୍ତମାନ ବିଜେପିର ମେଣ୍ଟ ସରକାର ରହିଛି। ଚଳିତ ବର୍ଷ ରାଜ୍ୟରେ ଦୁଇ ବିରୋଧୀଙ୍କ ମଧ୍ୟରେ ନିର୍ବାଚନ ହେବ। ବିଜେପି କଂଗ୍ରେସ୍ ମଧ୍ୟରେ ଜୋରଦାର ଲଢ଼େଇ ହେବ।

Show More

Related Articles

Back to top button