Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ମାଆ ସମଲେଶ୍ୱରୀଙ୍କ ଦର୍ଶନ କଲେ ପ୍ରଣବ ପ୍ରକାଶ ଦାସ

ସମ୍ବଲପୁର: ସମ୍ବଲପୁରରେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ଶୁକ୍ରବାର ପ୍ରଣବ ସମ୍ବଲପୁରରେ ପହଞ୍ଚିବା ପରେ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ସମ୍ବଲପୁର ଲୋକସଭା ଆସନରୁ ବିଜେଡି ସୁପ୍ରିମୋ ପ୍ରଣବ ପ୍ରକାଶ ଦାସଙ୍କ ନାମ ଘୋଷଣା କରିବା ପରେ ଆଜି ପ୍ରଥମ କରି ଜିଲ୍ଲା ଗସ୍ତ କରିଥିବାରୁ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା।
ଏହି ଅବସରରେ ପ୍ରଣବ କହିଥିଲେ ସମ୍ବଲପୁର ମୋ ଘର, ଏଠାକୁ ଆସି ଭାବବିହ୍ୱଳ ହୋଇଛି। ସମ୍ବଲପୁର ବାସୀ ମୋତେ ବହୁତ ଭଲପାଇବା ଦେଇଛନ୍ତି ଏବଂ ବିଜେଡିର ବଡ ବିଜୟ ହେବ। ସମ୍ବଲପୁର ମାଟିକୁ ବିକଶିତ କରିବା ପାଇଁ ମୋ କାନ୍ଧରେ ଭାର ଦେଇଛନ୍ତି। ସମ୍ବଲପୁର ମୋ ପାଇଁ ନୂଆ ନୁହେଁ, ମୋ ବାପା ଏଠାରେ ୬୦ବର୍ଷ କାମ କରିଥିଲେ। ବାପାଙ୍କ କର୍ମଭୂମି ଥିବାରୁ ମୁଁ ମୋ ଘରକୁ ଫେରିଛି ବୋଲି କହିଛନ୍ତି ପ୍ରଣବ।

Show More

Related Articles

Back to top button