ମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟିସ୍ୱତନ୍ତ୍ର

ପୁଣି ଚର୍ଚ୍ଚାରେ ପ୍ରକୃତି: ‘ବିଗ୍‌ ବସ୍‌’ ରିଅଲିଟି ‘ଶୋ’ରେ ପ୍ରକୃତି ମିଶ୍ର

ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ପ୍ରକୃତି ମିଶ୍ର। ଭାରତ ବର୍ଷର ସବୁଠୁ ଚର୍ଚ୍ଚିତ ‘ରିଅଲିଟି ଶୋ’ ବିଗ୍‌ ବସ୍‌ରେ ପ୍ରକୃତି ନଜର ଆସିବା ନେଇ ଚାଲିଛି ଖୁବ୍‌ ଚର୍ଚ୍ଚା।  ଓଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ପ୍ରକୃତି ମିଶ୍ର। କିଛି ଦିନ ତଳେ ଅଭିନେତା ବାବୁସାନ ମହାନ୍ତିଙ୍କୁ ନେଇ ବିବାଦରେ ଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଏହି ବଡ଼ ସୁଯୋଗ ମିଳିବାକୁ ଯାଉଥିବା ସୂଚନାମିଳିଛି। ଅକ୍ଟୋବର ୧ରୁ ବିଗ୍ ବସର ସିଜିନ-୧୬ ଆରମ୍ଭ ହେବାକୁ ଥିବା ବେଳେ ଏଥିରେ ପ୍ରତିଯୋଗୀ ଭ‌ାବେ ନଜର ଆସିବେ ପ୍ରକୃତି।  ବଲିଉଡର ଖବର ପ୍ରକାଶ କରୁଥିବା ୱେବସାଇଟ୍ ‘ଫିଲ୍ମିବିଟ୍’ ଏଭଳି ଏକ ଖବର ପ୍ରକାଶ କରିଛନ୍ତି। ପ୍ରକୃତିଙ୍କୁ ବିଗ୍‌ ବସରେ ସୁଯୋଗ ମିଳୁଥିବା ନେଇ ଚର୍ଚ୍ଚା ହେଉଛି ବୋଲି ଏହି ୱେବସାଇଟ୍ କହିଛି। ଏହି କଥା ଏବେ ମୁମ୍ବାଇରୁ ଆସି ଓଲିଉଡ୍‌ରେ ପହଞ୍ଚିଛି। ଯଦି ଏହା ସତ ହୁଏ ତେବେ ଓଲିଉଡ୍‌ର  ସ୍ୱିଟ୍‌ହାର୍ଟ  କୁହାଯାଉଥିବା ପ୍ରକୃତି ପୁଣି ଥରେ  ଜାତୀୟସ୍ତରରେ  ହଲଚଲ ସୃଷ୍ଟି କରିବେ।  ଓଡିଶାରେ କିଛି ଫିଲ୍ମ କରିବା ପରେ ମୁମ୍ବାଇ ଚାଲିଯାଇଥିବା ପ୍ରକୃତି । ବର୍ତ୍ତମାନ  ଅଭିନେତା ନାନା ପାଟେକରଙ୍କ ସହ ଏକ ହିନ୍ଦୀ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି। ପ୍ରକୃତିଙ୍କୁ ଏହା ପୂର୍ବରୁ ପ୍ରଥମେ ଆଣ୍ଡ ଟିଭିର ଧାରାବାହିକ ବିଟ୍ଟି ବିଜନେସ ୱାଲି‌ରେ ମୁଖ୍ୟ ଭୁମିକାରେ ଦେଖିବାକୁ ମିଳିଥିଲା। ଏହା ସହ ସେ ଚର୍ଚ୍ଚିତ ରିୟାଲିଟି ସୋ’ ଏସ୍ ଅଫ୍ ସ୍ପେସ୍-୨ ରେ ମଧ୍ୟ ପ୍ରତିଯୋଗୀ ହୋଇଥିଲେ। ଏହି ଶୋ’ରେ ତାଙ୍କୁ ଦର୍ଶକଙ୍କ ଭଲ ପାଇବା ମିଳିଥିବା ସହ ବେଶ୍ ଲୋକପ୍ରିୟତା ବି ସାଉଁଟିଥିଲେ। ନିଜ ଅଭିନୟ  ପାଇଁ ଚର୍ଚ୍ଚାରେ ରହୁଥିବା ପ୍ରକୃତିଙ୍କୁ କିଛି ଦିନ ତଳେ ଭୁବନେଶ୍ୱରର ବିଚ୍‌ ରାସ୍ତାରେ ମାଡ ଖାଇବାକୁ ପଡିଥିଲା। ଓଲିଉଡ୍ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ ପତ୍ନୀ ତୃପ୍ତିଙ୍କଠାରୁ ବିଚ୍‌ ରାସ୍ତାରେ ଧକ୍କା ଓ ଗାଳି ଖାଇବା ପରେ ତାଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଏବେ ଏହି ବିବାଦ ତାଙ୍କୁ ବିଗ୍ ବସର ଟିକେଟ ଦେଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ପ୍ରକୃତିଙ୍କୁ ବିଗ୍ ବସରେ ସୁଯୋଗ ମିଳିଛି କି ନାହିଁ, ତାହା ବିଗବସ୍  ରିୟାଲିଟି ଶୋ’ର ଚୂଡ଼ାନ୍ତ ପ୍ରତିଯୋଗୀ ତାଲିକା ଆସିଲେ ହିଁ ଜଣାପଡ଼ିବ।

Show More

Related Articles

Back to top button