ଓଡ଼ିଶାସ୍ୱତନ୍ତ୍ର

ପୁରୀ ବ୍ଲୁଫ୍ଲାଗ୍ ବେଳାଭୂମିରେ ପରାକ୍ରମ ଦେଖାଉଛନ୍ତି ବାୟୁବୀର

ଆଜି ପୁରୀରେ ଚାଲିଛି ସୂର୍ଯ୍ୟକିର ଶୋ । ବାୟୁବୀରମାନେ ପୁରୀ ବ୍ଲୁଫ୍ଲାଗ୍ ବେଳାଭୂମିରେ ନିଜ ନିଜର ପରାକ୍ରମ ଦେଖାଉଛନ୍ତି । ପାଗରେ ସୁଧାର ଆସିବା ପରେ ଟିକେ ବିଳମ୍ବରେ ସାହାସିକତା ପ୍ରଦର୍ଶନ କରିଛନ୍ତି ଏରୋବେଟିକ୍ ଟିମ । ଏହାକୁ ଦେଖିବାକୁ ଅନେକ ଲୋକଙ୍କ ସମାଗମ ହୋଇଛି ।

ଗତକାଲି ବାୟୁସେନାର ବୀରମାନେ ପୁରୀ ବେଳାଭୁମୀରେ ଫୁଲଡ୍ରେସ୍ ରିହର୍ସାଲ କରିଥିଲେ । ୯ ଟି ଲଢୁଆ ହକ୍ ବିମାନରେ ଚାଲିଥିଲା ଚିତ୍ତାକର୍ଷକ ‘ଶୋ’ ପ୍ରଦର୍ଶନ । ଏୟାର ‘ଶୋ’ ରହିର୍ସାଲ୍ ରେ ବାୟୁବୀରମାନେ ଭୂମୀ ଠାରୁ ପାଖାପାଖି ୫୦୦ ପୁଟ ଉର୍ଦ୍ଧରେ ଏବଂ ଘଣ୍ଟାକୁ ୧୬୦୦ କିମି ବେଗରେ ସେମାନଙ୍କ କୌଶଳ ପଦର୍ଶନ କରୁଛନ୍ତି ।ତେବେ ଏହି ‘ଶୋ’ କୁ ଗ୍ରୁପ୍ କ୍ୟାପଟେନ୍ ଜି ଏସ୍ ଝେଲନ୍ ଲିଡ କରୁଥିବା ଜଣା ପଡିଛି ।

 

Show More

Related Articles

Back to top button