Breaking PLUSଓଡ଼ିଶାଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଜୀବନ ଯୁଦ୍ଧରେ ହାରିଗଲେ ମହାରଥୀ, ପୁରୀ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ

ଦିନେ ଯିଏ କହିଥିଲେ ଶହେ ଘୋଡାକୁ ଶହେ ହାତୀ ଏକା ଲଢିବ ମହାରଥୀ।  ସେ ଆଜି ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ମହାରଥୀଙ୍କ ଅକାଳ ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ଭେଣ୍ଟିଲେଟର ସହାୟତାରେ ତାଙ୍କର ଚିକିତ୍ସା ଜାରିରହି ଥିଲା।

ଭୁବନେଶ୍ୱର (ଉପ୍ର ବ୍ଯୁରୋ): ଦିନେ ଯିଏ କହିଥିଲେ ଶହେ ଘୋଡାକୁ ଶହେ ହାତୀ ଏକା ଲଢିବ ମହାରଥୀ।  ସେ ଆଜି ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ମହାରଥୀଙ୍କ ଅକାଳ ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ଭେଣ୍ଟିଲେଟର ସହାୟତାରେ ତାଙ୍କର ଚିକିତ୍ସା ଜାରିରହି ଥିଲା। ମାତ୍ର ଡାକ୍ତରମାନଙ୍କ ସବୁ ଚେଷ୍ଟା ସତ୍ତ୍ବେ ମହାରଥୀଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇ ନ ଥିଲା। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ପ୍ରତିଭା ମହାରଥୀ, ପୁତ୍ର ରୁଦ୍ରପ୍ରତାପ ଓ ଝିଅ ପଲ୍ଲବୀଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।  ସୂଚନା ଥାଉ କି ଯେ ବିଳମ୍ବିତ ରାତି ୨ଟା ୩୬ ମିନିଟରେ ମହାରଥୀଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ଓଡ଼ିଶା ରାଜନୀତିର ଚର୍ଚ୍ଚିତ ଚେହେରା ଥିଲେ ପ୍ରଦୀପ ମହାରଥୀ । ବିଜେଡିର ଜଣେ ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ଥିଲେ ପ୍ରଦୀପ।

ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ କଲେଜରୁ ଛାତ୍ରନେତା ଭାବେ ମହାରଥୀଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୁଏ । ପରେ ସେ ପୁରୀ ସ୍ଥିତ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଛାତ୍ର ସଂସଦକୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ଜନତା ଦଳରେ ଯୋଗ ଦେଇ ୧୯୮୫ ମସିହାରେ ପିପିଲି ନିର୍ବାଚନ ମଣ୍ଡଳୀରୁ ଜନତା ପାର୍ଟିର ଟିକେଟରେ ପ୍ରଥମ ଥର ପାଇଁ  ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ମହାରଥୀ ମୋଟ ୭ ଥର ବିଧାୟକ ଭାବେ ଓଡ଼ିଶା ବିଧାନସଭାରେ ପିପିଲିରୁ ପ୍ରତିନିଧିତ୍ବ କରିଥିଲେ।

୧୯୯୦ରେ ଜନତା ଦଳ ଟିକେଟରେ ବିଜୟୀ ହୋଇଥିବା ବେଳେ ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ବିଜୁ ଜନତା ଦଳ ଟିକେଟରେ ବିଧାୟକ ହୋଇଥିଲେ। ପିପିଲିକୁ ନିଜର ପରିବାର ବୋଲି ଭାବୁଥିଲେ ମହାରଥି। ବନ୍ୟା, ବାତ୍ୟା, ମରୁଡ଼ି ସମୟରେ ଲୋକଙ୍କ ସହ ରହି କାମ କରୁଥିଲେ। ନିଜର ବିବାଦୀୟ ବୟାନ  ପାଇଁ ରାଜ୍ୟ ରାଜନୀତିରେ ବେଶ  ପରିଚୟ ହାସଲ କରିଥିଲେ।  ଏଥି ସହିତ  ସ୍ୱର୍ଗତ ପ୍ରଦୀପ ମହାରଥୀ ୨୦୧୧ ମସିହା ମେ’ ମାସ ୧୦ ତାରିଖରେ କୃଷି ମନ୍ତ୍ରୀ, ୨୦୧୪ ମେ’ ମାସ ୨୧ରେ କୃଷି, ମତ୍ସପାଳନ ଓ ପଶୁସଂପଦ ମନ୍ତ୍ରୀ, ୨୦୧୭ ମସିହା ମେ’ ମାସ ୭ ତାରିଖରେ ପଂଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ, ୨୦୧୭ ମସିହା ଡିସେମ୍ବର ୨୨ରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସପାଳନ ଓ ପଶୁ ସଂପଦ ମନ୍ତ୍ରୀ ଥିଲେ।

ସ୍ୱର୍ଗତ ମହାରଥୀ ୧୯୫୫ ମସିହା ଜୁଲାଇ ୪ ତାରିଖରେ ପୁରୀ ଜିଲ୍ଲା ପିପିଲିର ଖୋରାପଡ଼ାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ଥିଲେ ସ୍ୱର୍ଗତ ଗୋକୁଳା ନନ୍ଦ ମହାରଥୀ। ପୁରୀ ସ୍ୱର୍ଗଦ୍ୱାରରେ ମହାରଥୀଙ୍କର ଶେଷ କୃତ୍ୟ ସମ୍ପର୍ଣ୍ଣ ହେବ । ହସ୍ପିଟାଲରୁ ଭୁବନେଶ୍ୱର ସ୍ଥିତ ବାସ ଭବନକୁ ମହାରଥୀଙ୍କ ପାର୍ଥିବ ଶରୀର ନିଆଯାଇଛି । ଏହା ପରେ ମହାରଥୀଙ୍କ ପାର୍ଥିବ ଶରୀର ଭୁବନେଶ୍ବର ସ୍ଥିତ ବିଜେଡ଼ି କାର୍ଯ୍ୟାଳୟକୁ ନିଆଯିବ । ପରେ ମହାରଥୀଙ୍କ ପିପିଲି ବାସଭବନ ଓ ଶେଷରେ ପୁରୀ ସ୍ବର୍ଗଦ୍ୱାରରେ ଅନ୍ତିମ ସଂସ୍କାର ହେବ ।

 

Show More

Related Articles

Back to top button