Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

35 ସାଂସଦଙ୍କୁ ସଙ୍ଗରେ ଧରି ହାଥରସ୍ ଅଭିମୁଖେ ରାହୁଲ ଗାନ୍ଧୀ, ୟୁପୀ ସୀମାରେ ହାଇଆଲର୍ଟ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପୁଣି ଥରେ ହାଥରସ ଅଭିମୁଖେ ଯାଉଛନ୍ତି । ସେ ହାଥରସ ପାଇଁ ବାହାରି ସାରିଛନ୍ତି। ରାହୁଲ ଗାନ୍ଧୀଙ୍କୁ ରୋକିବାକୁ ପୋଲିସ ଡ଼ିଏନଡିରେ ବ୍ୟାରିକେଡ଼ ଲାଗିଛି

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପୁଣି ଥରେ ହାଥରସ ଅଭିମୁଖେ ଯାଉଛନ୍ତି । ସେ ହାଥରସ ପାଇଁ ବାହାରି ସାରିଛନ୍ତି। ରାହୁଲ ଗାନ୍ଧୀଙ୍କୁ ରୋକିବାକୁ ପୋଲିସ ଡ଼ିଏନଡିରେ ବ୍ୟାରିକେଡ଼ ଲାଗିଛି । ରାହୁଲ ଗାନ୍ଧୀ କହିଛନ୍ତି ଯେ ସେ ହାଥରସ ପୀଡିତାଙ୍କ ପରିବାରକୁ ସାକ୍ଷାତ କରିବେ ଓ ତାଙ୍କୁ ନ୍ୟାୟ ଦେବେ । ରାହୁଲ ଗାନ୍ଧୀଙ୍କ ଯାତ୍ରା ପାଇଁ ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମାରେ ବହୁ ସଂଖ୍ୟାରେ ସୁରକ୍ଷାବଳ ନିୟୋଜିତ କରାଯାଇଛି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ନିଜେ କାର ଚଲାଉଥିବା ବେଳେ ରାହୁଲ ଗାନ୍ଧୀ ତାଙ୍କ ସାଇଡରେ ବସିଛନ୍ତି । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ କଂଗ୍ରେସର ୩୫ ସାଂସଦ ମଧ୍ୟ ହାଥରସ ପୀଡିତାଙ୍କ ପରିବାରକୁ ସାକ୍ଷାତ କରିବାକୁ ବାହାରିଥିବା ଜଣାପଡିଛି ।

Show More

Related Articles

Back to top button