ଓଡ଼ିଶା

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ ହେବ ମହାରଥୀଙ୍କ ଶେଷକୃତ୍ୟ

ବିଜେଡିର ବରିଷ୍ଠ ନେତା ତଥା ପିପିଲି ବିଧାକୟ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଲୋକଙ୍କ ନେତା ଥିଲେ ମହାରଥୀ ।

ଭୁବନେଶ୍ୱର (ଉପ୍ର ବ୍ୟୁରୋ):ବିଜେଡିର ବରିଷ୍ଠ ନେତା ତଥା ପିପିଲି ବିଧାକୟ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଲୋକଙ୍କ ନେତା ଥିଲେ ମହାରଥୀ । ସେ ଦୀର୍ଘଦିନ ଧରି ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ ଥିଲେ । ସେ ବିଜେଡିର ଜଣେ ଟାଣୁଆ ନେତା ଓ ଦକ୍ଷ ସଂଗଠକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୋକସନ୍ତପ୍ତ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ପିପିଲି ନିର୍ବାଚନମଣ୍ଡଳୀର ଜନସାଧାରଣାଙ୍କୁ ମଧ୍ୟ ସାନ୍ତ୍ୱନା ଦେଇଛନ୍ତି । ବିଧାୟକ ମହାରଥୀଙ୍କ ବିୟୋଗରେ ରାଜ୍ୟ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ,ବିରୋଧୀଦଳ ନେତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।

Show More

Related Articles

Back to top button