Breaking PLUSଓଡ଼ିଶାମୁଖ୍ୟ ଖବର

ସମ୍ଭାବ୍ୟ ବାତ୍ୟା ‘ଗୁଲାବ’କୁ ନେଇ ହାଇଆଲର୍ଟ : ୮ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ରବିବାର ସନ୍ଧ୍ୟାରେ ଲ୍ୟାଣ୍ଡଫଲ୍‌

ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବାତ୍ୟା ପ୍ରଭାବରେ ଓଡିଶାର ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି ।

୮ ଜିଲ୍ଲା-ଗଞ୍ଜାମ, ନୟାଗଡ, କଟକ, ପୁରୀ, ଜଗତସିଂପୁର, କେନ୍ଦ୍ରାପଡା, ଖୋର୍ଦ୍ଧା ଏବଂ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି । NDRF ଏବଂ ଓଡ୍ରାଫ୍‌ ଟିମ ମଧ୍ୟ ସଜାଗ ରହିଛନ୍ତି । ଆସନ୍ତା ୬ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ଗଭୀର ଅବପାତ । ସମ୍ଭାବ୍ୟ ବାତ୍ୟା ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି, ଶନିବାର ସକାଳେ ଗଭୀର ଅବପତ ରୂପ ନେଇ ପଶ୍ଚିମ ଦିଗକୁ ଗତି କରୁଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ।

ଆସନ୍ତା ୬ ଘଣ୍ଟା ମଧ୍ୟ​‌ରେ ବାତ୍ୟାର ରୂପ ନେଇପାରେ । ଏହା ପୂର୍ବଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ୨୬ ତାରିଖ ସନ୍ଧ୍ୟାରେ କଳିଙ୍ଗପଟ୍ଟନମ୍ ଏବଂ ଗୋପାଳପୁର ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଛି । ଶନିବାର ରାତିରେ ପବନର ବେଗ ବଢି ଘଣ୍ଟା ପ୍ରତି ୬୫ରୁ ୭୫କି.ମି. ଏବଂ ୨୬ ତାରିଖରେ ୭୫ରୁ ୮୫ ଏବଂ ଅତିବେଶୀରେ ୯୫ କି.ମି. ରହିବାର ସମ୍ଭାବନା ରହିଛି । ଏହି ସମୟରେ ଗଛ ଉପୁଡ଼ିବାର ସମ୍ଭାବନା ରହିଛି । ଚାଷ ଜମି କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷ ଆଶଙ୍କା କରାଯାଉଛି । ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ । ୨୭ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ ।

Show More

Related Articles

Back to top button