Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଗୋପାଳପୁର ଓ ବିଶାଖାପାଟଣମ ମଧ୍ୟ ଦେଇ ପାସ୍ କରିବ ବାତ୍ୟା ।

ଏବେକାର ସ୍ଥିତିକୁ ଦେଖିଲେ ଏହା କଳିଙ୍ଗପାଟନମରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୪ ରୁ ୫ ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଶନିବାର ସନ୍ଧ୍ୟା ପରଠୁ ଉପକୂଳ ଓଡିଶାର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହେବ ।

ଘୂର୍ଣ୍ଣିବଳୟ ସାଇକ୍ଲୋନିକ ଷ୍ଟ୍ରମର ରୂପ ନେବ । ୬୦ ରୁ ୭୦ କିମି ବେଗରେ ପବନ ବୋହିବର ଆଶଙ୍କା କରାଯାଉଛି ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଗତକାଲିଠୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

୭ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରାଯାଇଛି । ଗଜପତି ଓ ରାୟଗଡ଼ା ଭଳି ଜିଲ୍ଲାରେ ଭୁସ୍କଳନ ହେବାର ସମ୍ଭାବନା ରହିଛି । ସେଥିପାଇଁ ଜିଲ୍ଲା ପ୍ରଶାସନକୁ ଏହା ଉପରେ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି । ଗଞ୍ଜାମ, ଗଜପତି, ରାୟଗଡା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କନ୍ଧମାଳ ଏହା ବ୍ୟତୀତ ନୟାଗଡ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ତେବେ ପରିସ୍ଥିତିକୁ ଦେଖି ଓଡ୍ରାଫ, ଏନଡ଼ିଆରଫ ଓ ଫାୟାର ସର୍ଭିସ ସହିତ ଆଲୋଚନା କରାଯାଇଛି । ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି । ୪୨ଟି ଓଡ୍ରାଫ ଟିମ୍‌ , ୨୪ ଟି ଏନଡ଼ିଆରଫ ଟିମ୍ ଏବଂ ୧୦୨ ରୁ ଅଧିକ ଅଗ୍ନିଶମ ବାହିନୀ ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ କରାଯାଇଛି । ସେପଟେ ଜଳସମ୍ପଦ ବିଭାଗ ତାଙ୍କର ରିଜର୍ଭର ସ୍ଥିତି ଦେଖୁଛନ୍ତି । ଦକ୍ଷିଣବର୍ତୀ ଜିଲ୍ଲା ଗୁଡ଼ିକର ଜଳଭଣ୍ଡାର ଗୁଡିକ ଉପରେ ତୀକ୍ଷଣ ରଖାଯାଇଛି । ଯେଉଁଠି ପାଣି ଅଧିକ ରହିଛି , ସେଠାରୁ ଉଦ୍ଧାର କାର୍ଯ୍ୟ କରିବାକୁ କୁହାଯାଇଛି । ଯେଉଁ ସବୁ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି ଆଜି ସନ୍ଧ୍ୟା ସୁଦ୍ଧା ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି । ଆସନ୍ନ ପ୍ରସବା ମହିଳାମାନଙ୍କୁ ମେଡ଼ିକାଲ ଆଣିବାକୁ କୁହାଯାଇଛି ।

Show More

Related Articles

Back to top button