Breaking PLUSଓଡ଼ିଶାମୁଖ୍ୟ ଖବର

ଗନ୍ଧମାର୍ଦ୍ଦନ ପାହାଡରେ ପୋଲିସ-ମାଓବାଦୀ ମୁହାଁମହିଁ

ଭୁବନେଶ୍ୱର/ପଦ୍ମପୁର, 23 ଫେବୃଆରୀ – ବରଗଡ ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଗନ୍ଧମାର୍ଦନ ପାହାଡରେ ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ପାଇକମାଳ ଥାନା ଗନ୍ଧମାର୍ଦନ ପାହାଡରେ ଆଜି ସକାଳୁ ଏସଓଜି ଯବାନ ମାନେ କୋମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଯବାନ ଓ ମାଓବାଦୀ ମାନେ ମୁହାଁମୁହିଁ ହେବା ଫଳରେ ଉଭୟଙ୍କ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ପାଇକମାଳ ଥାନା ଗନ୍ଧମାର୍ଦନ ଜଙ୍ଗଲରେ ଗୁଳିବିନିମୟ ଏବେ ଯାଏ ଜାରି ରହିଛି । ଘଟଣାସ୍ଥଳକୁ ବରିଷ୍ଠ ପୋଲିସ ଅଧିକାରୀ ଯାଉଥିବା ସୂଚନା ମିଳିଛି । ବହୁ ଦିନ ପରେ ମାଓବାଦୀ ମାନେ ନିଜ ଉପସ୍ଥିତି ଜାହିର କରିଛନ୍ତି । ଦୀର୍ଘ ଦିନ ହେବ ପଦ୍ମପୁର ପାଇକମାଲ ଅଂଚଳରେ ମାଓବାଦୀ ମାନେ ରହିଥିବା ନେଇ କୌଣସି ସୂଚନା ନଥିଲା । ହେଲେ ଆଜି ସକାଳୁ ମାଓବାଦୀଙ୍କ ଉପସ୍ଥିତି ସାଧାରଣ ଜନତାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି ।

Show More

Related Articles

Back to top button