Breaking PLUSଓଡ଼ିଶାମୁଖ୍ୟ ଖବର

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରୋକାଯିବା ନେଇ ବିଜେଡିର ବିକ୍ଷୋଭ ପ୍ରଦର୍ଶନ

ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ବିରୋଧରେ ଆଜି ପୁଣି ରାଜରାସ୍ତାକୁ ଓହ୍ଲାଇଛି ବିଜୁ ଜନତା ଦଳ । କେନ୍ଦ୍ରର ବୈମାତୃକ ମନୋଭାବକୁ ବିରୋଧ କରି ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିଜେଡି କର୍ମୀ । ବିଜେପି ସାଂସଦଙ୍କ ଅଭିଯୋଗ କ୍ରମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବନ୍ଦ କରିଦିଆଯାଇଛି । ଏସମ୍ପର୍କରେ ରାଜ୍ୟ ସରକାରଙ୍କ ତରଫରୁ ତଦନ୍ତ ରିପୋର୍ଟ ପଠାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି କେନ୍ଦ୍ରକୁ ଜଣାଇଛନ୍ତି । ହେଲେ କେନ୍ଦ୍ର କୌଣସି କଥା ଶୁଣୁନଥିବା ଅଭିଯୋଗ କରିଛି ବିଜେଡି । ଏନେଇ ଆଜି ରାଜଭବନରେ ପହଁଚିଛନ୍ତି ବିଜେଡିର ବିଧାୟକ ମାନେ । ପ୍ରାୟ ୧୪ଲକ୍ଷ ହିତାଧିକାରୀଙ୍କ ଘର କେନ୍ଦ୍ର ରୋକିଥିବା ଅଭିଯୋଗ ଆଣିଛି ବିଜେଡି । ଏହି ଯୋଜନା ବନ୍ଦ ହେବାରୁ ଗରିବ ଲୋକ ପକ୍କା ଘର ପାଇବାରୁ ବଞ୍ଚିତ ହେବା ସହ ଫୋନିରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନେ ମଧ୍ୟ ଘର ପାଇପାରିନାହିାଁନ୍ତି ।

କହିବାକୁ ଗଲେ ରାଜ୍ୟ ପଠାଇଥିବା ତାଲିକାକୁ ଚାପି ଦେଇଛି କେନ୍ଦ୍ର । ଫୋନିରେ ଘର ଭାଙ୍ଗିଥିବା ଲୋକମାନଙ୍କୁ ଘର ମିଳବ ବୋଲି ୧୪ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ଭାଙ୍ଗିଥିବା ଘର ଶୀଘ୍ର ପୁରରୁଦ୍ଧାର କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ହେଲେ ଏବେ ଚୁପ୍ ବସିଛନ୍ତି କେନ୍ଦ୍ର ସରକାର ବୋଲି ବିଜେଡି ଅଭିଯୋଗ ଆଣିଛି ।

Show More

Related Articles

Back to top button