Breaking PLUSଦେଶମୁଖ୍ୟ ଖବର

ମନ୍ କୀ ବାତରେ ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ପିଏମ ମୋଦି

ନୂଆଦିଲ୍ଲୀ, 31 ଡିସେମ୍ବର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମରେ ମନ୍ କୀ ବାତ୍‌ର 108ତମ ଏପିସୋଡରେ ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ପିଏମ ମୋଦି କହିଛନ୍ତି ଯେ, ମାଳାର 108 ମାଳି ପରି ଏହି ଏପିସୋଡ ମଧ୍ୟ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି ଯେ, ଭାରତ ଆତ୍ମବିଶ୍ୱାସରେ ଭରପୂର ରହିଛି । ବିକଶିତ ଭାରତ ଭାବନାରେ ଓତପ୍ରୋତ ଅଟେ । ଆତ୍ମନିର୍ଭରତା ଭାବନା ରହିଛି । ଆମେ 2024ରେ ମଧ୍ୟ ଏହି ଭାବନା ଓ ଗତି ବଜାୟ ରଖିବା ।
ଦେଶକୁ ମିଳିଥିବା ଉପଲବ୍ଧିକୁ ନେଇ ତାଙ୍କୁ ମିଳିଥିବା ବାର୍ତ୍ତା ପାଇଁ ମନ୍ କୀ ବାତରେ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ପିଏମ ମୋଦି ଖେଳାଳି ଓ କଳାକାରଙ୍କ ଉପଲବ୍ଧି କଥା ଉଠାଇଥିଲେ । ସେ କହିଥିଲେ ଭାରତର ସାମର୍ଥ୍ୟ ବହୁତ ପ୍ରଭାବୀ ଏବଂ ଆମେ ଏହି ଲୋକଙ୍କ ଠାରୁ ପ୍ରେରଣା ନେଇ ଆଗକୁ ବଢିବା । ଭାରତର ଇନୋଭେସନ ହବ୍ ବନାଇବା ଏହି କଥାର ପ୍ରତୀକ ଯେ, ଆମେ ଅଟକିବା ବାଲା ନୁହଁ ।

Show More

Related Articles

Back to top button