Breaking PLUSଦେଶମୁଖ୍ୟ ଖବର

ଜମ୍ମୁ-କଶ୍ମୀରରେ ଶୀତ ଲହର ପ୍ରକୋପ ଜାରି

ଶ୍ରୀନଗର, 31 ଡିସେମ୍ବର – ଜମ୍ମୁ କଶ୍ମୀରରେ ରବିବାର ଶୀତ ଲହର ପ୍ରକୋପ ଜାରି ରହିଛି । ଶୀତ ଲହର କାରଣରୁ ଘାଟିରେ ସର୍ବନିମ୍ନ ତାପମାତ୍ରା ହିମାଙ୍କ ବିନ୍ଦୁରୁ ଅନେକ ତଳକୁ ରହିଛି । ଜମ୍ମୁର ପଡିଆ ଓ ପାହାଡିଆ ଅଞ୍ଚଳରେ ଆଜି ସକାଳେ ଧୂଆଁ ଓ କୁହୁଡି କାରଣରୁ କିଛି ଦୃଶ୍ୟମାନ ହେଉନାହିଁ । ବିଶେଷ କରି ଗାଡି ଚଳାଚଳରେ ସମସ୍ୟା ଦେଖାଦେଇଛି ।
ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ଶୂନ୍ୟରୁ ତଳକୁ 3.4 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଅନନ୍ତନାଗର ପହଲଗାମରେ ସର୍ବନିମ୍ନ ତାପମାତ୍ରା ଶୂନ୍ୟରୁ ତଳକୁ 3.4 ଡିଗ୍ରୀ ସେଲସିୟସ, ଗୁଲମର୍ଗରେ ଶୂନ୍ୟରୁ ତଳକୁ 3.5 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

Show More

Related Articles

Back to top button