Breaking PLUSଦେଶମୁଖ୍ୟ ଖବର

କୁହୁଡି କାରଣରୁ ଆଜି ଦିଲ୍ଲୀ ପହଞ୍ଚିବାକୁ ଥିବା 23 ଟ୍ରେନ ବିଳମ୍ବ

ନୂଆଦିଲ୍ଲୀ, 31 ଡିସେମ୍ବର – ଉତ୍ତର ଭାରତରେ ପ୍ରବଳ ଶୀତ ଓ କୁହୁଡି କାରଣରୁ ରେଳ ଯାତାୟତ ପ୍ରଭାବିତ ହୋଇଛି । ଭାରତୀୟ ରେଲୱେର ସୂଚନା ମୁତାବକ ଆଜି ଦିଲ୍ଲୀ ପହଞ୍ଚିବାକୁ ଥିବା 23ଟି ଟ୍ରେନ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଚାଲୁଛି ।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜଧାନୀ ଦିଲ୍ଲୀରେ ଇଣ୍ଡିଆ ଗେଟ୍ ଓ କର୍ତ୍ତବ୍ୟ ପଥରେ ଶୀତଲହର ଲାଗିରହିଛି । ଫଳରେ ଚାରିଆଡେ ଘନ କୁହୁଡି ଆଚ୍ଛାଦିତ ହୋଇରହିଛି । ଦିଲ୍ଲୀ ସମେତ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଘନ କୁହୁଡି ଯୋଗୁ ଦୃଶ୍ୟତା ହ୍ରାସ ପାଇଛି । ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା -2.5 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

Show More

Related Articles

Back to top button