Breaking PLUSଦେଶମୁଖ୍ୟ ଖବର

ଆଜି ପୂର୍ବାଞ୍ଚଳ ଏକ୍ସପ୍ରେସୱେର ଉଦଘାଟନ କରିବେ ମୋଦି

ଆଜି ପୂର୍ବାଞ୍ଚଳ ଏକ୍ସପ୍ରେସୱେର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଆଜି ପ୍ରଧାନମନ୍ତ୍ରୀ  ଉତରପ୍ରଦେଶ ଗସ୍ତ କରିବେ । C-130J ସୁପର ହରକ୍ୟୁଲେସ ବିମାନରେ ଆସି ସୁଲତାନପୁର ଏକ୍ସପ୍ରେସୱେରେ ଓହ୍ଲାଇବେ । ସୁଲତାନପୁର ଜିଲ୍ଲାର କରୱାଲ ଖେରୀଠାରେ ଦିନ ସାଢ଼େ ଗୋଟାଏ ବେଳେ ପୂର୍ବାଞ୍ଚଳ ଏକ୍ସପ୍ରେସୱେର ଉଦଘାଟନ କରିବେ । ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ଏକ୍ସପ୍ରେସୱେରେ ନିର୍ମିତ ୩.୨ କିଲୋମିଟର ଦୀର୍ଘ ଏୟାର ଷ୍ଟ୍ରୀପରେ ଭାରତୀୟ ବାୟୁସେନା ଦ୍ୱାରା ଆୟୋଜିତ ଏୟାର ସୋ ମଧ୍ୟ ନିରୀକ୍ଷଣ କରିବେ ।

କୌଣସି ଆପତକାଳୀନ ଆବଶ୍ୟକତାକୁ ନେଇ ସୁଲତାନପୁର ଜିଲ୍ଲାର ଏହି ଏକ୍ସପ୍ରେସ ୱେରେ ବାୟୁସେନା ଲଢ଼ୁଆ ବିମାନ ଅବତରଣ ପାଇଁ ବ୍ୟବସ୍ଥା ହୋଇଛି ।

୩୪୦.୮ କିଲୋମିଟର ଦୀର୍ଘ ଏହି ପୂର୍ବାଞ୍ଚଳ ଏକ୍ସପ୍ରେସୱେ ଲକ୍ଷ୍ନୌ ଜିଲ୍ଲାର ଲକ୍ଷ୍ନୌ ନିକଟବର୍ତୀ ଚଉଦସରାଇଠାରୁ ଆରମ୍ଭ ହୋଇ ଏନଏଚ-୭୩୧ ଲକ୍ଷ୍ନୌ-ସୁଲତାନପୁର ରୋଡ ଭାବେ ୟୁପି-ବିହାର ସୀମାର ୧୮ କିଲୋମିଟର ଦୂର ଜାତୀୟ ରାଜପଥ ୩୧ ହାଇଦରିଆଠାରେ ଶେଷ ହୋଇଛି । ଛଅ ଲେନ ପ୍ରସ୍ଥ ବିଶିଷ୍ଟ ଏହି ଏକ୍ସପ୍ରେସୱେ ଭବିଷ୍ୟତରେ ଆବଶ୍ୟକତା ଦୃଷ୍ଟିରୁ ଆଠ ଲେନ ବିଶିଷ୍ଟ ମଧ୍ୟ ହୋଇପାରିବ । ୨୨୫୦୦ କୋଟି ଟଙ୍କାରେ ନିର୍ମିତ ଏହି ପୂର୍ବାଞ୍ଚଳ ଏକ୍ସପ୍ରେସୱେ ଉତ୍ତର ପ୍ରଦେଶର ପୂର୍ବଭାଗର ଆର୍ଥିକ ବିକାଶରେ ବିଶେଷ ସହାୟକ ହେବ । ଏହି ଭାଗରେ ଲକ୍ଷ୍ନୌ, ବାରବାଙ୍କୀ, ଆମେଥି, ଅଯୋଧ୍ୟା, ସୁଲତାନପୁର, ଆମ୍ବେଦକର ନଗର, ଅଜାମଗଡ, ମାଉ ଓ ଗାଜିପୁର ଜିଲାମାନ ରହିଛି । ଭାରତୀୟ ବାୟୁସେନାର ମିରାଜ ୨୦୦୦ ଓ ଏସୟୁ-୩୦ ଏମକେଆଇ ଯୁଦ୍ଧ ବିମାନ ସେଠାରେ ଉଡ଼ାଣ ଓ ଅବତରଣ କରିପାରିବ ବୋଲି ମଧ୍ୟ ଜଣାପଡ଼ିଛି ।

Show More

Related Articles

Back to top button