ଦେଶ ବିଦେଶ

ପ୍ରଧାନମନ୍ତ୍ରୀ ମୋଦୀ: ସୀମାବର୍ତ୍ତୀ ଗାଁରେ ରାତି ବିତାଇବେ ବରିଷ୍ଠ ଅଧିକାରୀ

ପ୍ରସ୍ତୁତ ହେବ ବିକାଶର ନକ୍ସା

ଅନ୍ତର୍ଜାତୀୟ ସୀମାରେ ଥିବା ଭାରତୀୟ ଗାଁ ଗୁଡିକୁ ବିକଶିତ କରିବାକୁ ମୋଦୀ ସରକାରଙ୍କ ଯୋଜନା। ସୀମାରେ ଥିବା ଗାଁ ଗୁଡିକରେ ରାତି ବିତାଇ ସେଠାକାର ଲୋକଙ୍କ ସାମାଜିକ ଏବଂ ଆର୍ଥିକ ସ୍ଥିତି ବାବଦରେ ଜାଣିବେ ବରିଷ୍ଠ ପ୍ରଶାସନିକ ଅଧିକାରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସମସ୍ତ ମନ୍ତ୍ରୀଙ୍କୁ ନିଜର ଅଧିକାରୀଙ୍କୁ ଅତି କମରେ ଗୋଟିଏ ରାତି ସେଠାରେ ବିତାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚୀନ, ପାକିସ୍ତାନ, ବାଂଲାଦେଶ, ନେପାଳ ଏବଂ ମିଆଁମାରେ ସୀମାରେ ଥିବା ଗାଁ ଗୁଡିକ ସ୍ଥିତିରେ ସୁଧାର ଆଣିବା ପାଇଁ ସରକାର ଯୋଜନା ରଖିଛନ୍ତି ।

ଏପ୍ରିଲ ୨ରେ ପ୍ରଧାନମନ୍ତ୍ରୀ ମୋଦୀ କେନ୍ଦ୍ର ସରକାରଙ୍କ ସମସ୍ତ ସଚିବଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ । ଏହି ଅବସରରେ ଆଦର୍ଶ ଗାଁ ଯୋଜନାର ଆରମ୍ଭ ଆରମ୍ଭ କରିଥିଲେ। ଏହାସହ ସୀମାରେ ଥିବା ଗାଁ ଗୁଡିକ ବିକାଶ ପାଇଁ ସମସ୍ତ ମନ୍ତ୍ରଣାଳୟ ମଧ୍ୟରେ ସମନ୍ୱୟ ସ୍ଥାପନ କରିବାକୁ ଗୁରୁତ୍ୱ ଦେଇଥିଲେ।

modi

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶ ପରେ ଏପ୍ରିଲ ୭ରେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସଂପୃକ୍ତ ସଚିବମାନଙ୍କୁ ଏ ସମ୍ପର୍କିତ ଏକ ପତ୍ର ଲେଖିଥିଲେ । ବୋର୍ଡର ଏରିଆ ଡଭେଲପମେଣ୍ଟ ପ୍ରୋଗ୍ରାମ (BADP) ଅଧିନରେ ଆସୁଥିବା ଗାଁ ଗୁଡିକୁ ଯାଇ ସେଠାରେ ରାତ୍ରୀ ଯାପନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ମନ୍ତ୍ରଣାଳୟ ଗୁଡିକୁ କୁହାଯାଇଥିଲା । ଏହି ଅଧିକାରୀମାନେ ଗାଁ ଗୁଡିକର ସାମଗ୍ରୀକ ବିକାଶ ଏବଂ କିପରି ଏହାକୁ ମୁଖ୍ୟସ୍ରୋତରେ ସାମିଲ କରାଯିବ ସେନେଇ ବିସ୍ତୃତ ସୂଚନା ପ୍ରଦାନ କରିବେ । ଅଧିକାରୀଙ୍କ ରିପୋର୍ଟ ଆଧାରରେ ମନ୍ତ୍ରଣାଳୟ ଗୁଡିକ ସୀମାରେ ଥିବା ଗାଁର ଭିତ୍ତିଭୂମିର ବିକାଶ ଏବଂ ଅର୍ଥନୈତିକ ଗତିବିଧିକୁ ଗତିଶିଳ ଏବଂ ଗ୍ରାମ୍ୟ ଉତ୍ପାଦ ଗୁଡିକ ପାଇଁ ବଜାର ଉପଲବ୍ଧ କରାଇବାରେ ସହାୟତା କରିବେ।

Show More

Related Articles

Back to top button