Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ସିଓପି- 28ରେ ଭାଗ ନେଇ ସ୍ୱଦେଶ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆସନ୍ତା ମାସରେ ଗୁଜରାଟ ଆସିବାକୁ ରାଷ୍ଟ୍ରପତି ନାହୟାନଙ୍କୁ ଦେଲେ ନିମନ୍ତ୍ରଣ

ଦୁବାଇ- ମିଳିତ ଜାତିସଂଘର ତତ୍ତ୍ୱାବଧାନରେ ଆୟୋଜିତ ପରିବେଶ ସୁରକ୍ଷା ଉପରେ ଆୟୋଜିତ କନଫରେନ୍ସ ଅଫ୍ ପାର୍ଟିଜ -28 ସମ୍ମିଳନୀରେ ଅଂଶଗ୍ରହଣ କରିବା ପରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରାତିରେ ସ୍ୱଦେଶ ଫେରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଦୁବାଇ ଗସ୍ତ ସମୟରେ ବିଭିନ୍ନ ଦେଶର ମୁଖ୍ୟଙ୍କୁ ଭେଟିଥିଲେ। ଏହି ସମ୍ମିଳନୀର ସଫଳ ସଂଗଠନ ପାଇଁ ସେ ସଂଯୁକ୍ତ ଆରବ ଏମିରେଟକୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟଦ ଅଲ୍ ନାହୟାନଙ୍କୁ ସାକ୍ଷାତ କରିଛନ୍ତି । ଆସନ୍ତା ମାସରେ ଭାରତରେ ହେବାକୁ ଥିବା ଭାଇବ୍ରେଣ୍ଟ ଗୁଜରାଟ ଶିଖର ସମ୍ମିଳନୀ ପାଇଁ ପିଏମ ମୋଦି ୟୁଏଇ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଛନ୍ତି ।

Show More

Related Articles

Back to top button