Breaking PLUSଦେଶମୁଖ୍ୟ ଖବର

ପ୍ୟାରିସ ଅଲମ୍ପିକ ଗ୍ରାମ ପରିଦର୍ଶନ କଲେ ଆଇଓସି ଅଧ୍ୟକ୍ଷ ବାକ୍

ପ୍ରସ୍ତୁତି କାର୍ଯ୍ୟ ନେଇ ପ୍ରକାଶ କଲେ ସନ୍ତୁଷ୍ଟି

ପ୍ୟାରିସ୍- ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ସଭାପତି ଥୋମାସ୍ ବାକ୍ ଶୁକ୍ରବାର ଦିନ ସିନ୍ ସେଣ୍ଟ୍-ଡେନିସ୍ ବିଭାଗର ଅଲମ୍ପିକ୍ ଗ୍ରାମ ପରିଦର୍ଶନ କରିବା ପରେ ପ୍ୟାରିସ୍ 2024 ପାଇଁ ପ୍ରସ୍ତୁତି କାର୍ଯ୍ୟରେ ସନ୍ତୁଷ୍ଟ ଥିବା କହିଛନ୍ତି ।
ସିହ୍ନୁଆ ଅନୁଯାୟୀ, ବାକ୍ ଏବଂ ଆଇଓସି କାର୍ଯ୍ୟନିର୍ବାହୀ କମିଟିର (ଇବି) ସଦସ୍ୟମାନେ ପ୍ୟାରିସରେ ଅଲମ୍ପିକ ଆୟୋଜନ ସମିତି ମୁଖ୍ୟାଳୟ ପଲ୍ସରେ ଅନ୍ତିମ ବୈଠକ ସହ ଚାରିଦିନିଆ ଅଧିବେଶନ ଶେଷ କରିଛନ୍ତି । ଏହାପରେ ସେମାନେ ନିକଟରେ ଥିବା ଅଲମ୍ପିକ ଗ୍ରାମ ପରିଦର୍ଶନ କରିଥିଲେ ।
ଏହି ଅବସରରେ ବାକ୍ କହିଛନ୍ତି ଯେ, ଅଲମ୍ପିକ ଗ୍ରାମରେ ରହିବା ଏକ ମହାନ କ୍ଷଣ ଅଟେ । କାରଣ ଖେଳ ଶେଷ ହେବା ପରେ ଆଥଲେଟମାନେ ଗାଁ ବିଷୟରେ ଆଲୋଚନା କରିଥାନ୍ତି । ଏହା ସେହି ସ୍ଥାନ ଯାହାକି ଅଲମ୍ପିକ ଖେଳର କେନ୍ଦ୍ର ହେବ ଏବଂ ଆଥଲେଟଙ୍କ ପାଇଁ ଏକ ଭଲ ପରିବେଶ ହେବ ।

Show More

Related Articles

Back to top button