Breaking PLUSଦେଶମୁଖ୍ୟ ଖବର

ହମାସ- ଇସ୍ରାଏଲ ଯୁଦ୍ଧରେ ସୃଷ୍ଟି ହୋଇଛି ନୂଆ ଚ୍ୟାଲେଞ୍ଜ-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହମାସ ଓ ଇସ୍ରାଏଲ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ଉପରେ ଆଜି ମନ୍ତବ୍ୟ ରଖିଛନ୍ତି । ପିଏମ ମୋଦି କହିଛନ୍ତି ଯେ, ପଶ୍ଚିମ ଏସିଆର ଘଟଣାକ୍ରମରୁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଗ୍ଲୋବାଲ ସାଉଥର ଦେଶ ପୁରା ଦୁନିଆର ହିତ ପାଇଁ ମିଳିତ ଭାବେ ସ୍ୱର ଉଠାଇବାର ଏବେ ସମୟ ଆସିଛି । ପ୍ରଧାନମନ୍ତ୍ରୀ ମୋଦି ଦ୍ୱିତୀୟ ଭଏସ ଅଫ୍ ଗ୍ଲୋବାଲ ସାଉଥ ସମିଟରେ ଭିସିରେ ସମ୍ବୋଧନ କରି ଏହି ଆହ୍ୱାନ ଦେଇଛନ୍ତି । ଭାରତ ଏହି ସମ୍ମିଳନୀର ଆୟୋଜନ କରିଛି ।
ଇସ୍ରାଏଲ ଉପରେ ଆତଙ୍କବାଦୀ ଆକ୍ରମରକୁ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହମାସ ଓ ଇସ୍ରାଏଲ ମଧ୍ୟରେ ସଂଘର୍ଷ ଯୋଗୁ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ସେ କଡା ଶବ୍ଦରେ ନିନ୍ଦା କରିଛନ୍ତି । ଆଲୋଚନା ଓ କୂଟନୀତି ସହିତ ସଂଯମ ଉପରେ ଜୋର ଦେଇଛନ୍ତି ପିଏମ । ପଶ୍ଚିମ ଏସିଆର ଘଟଣା ଯୋଗୁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ବିକାଶଶୀଳ ଦେଶ ସମ୍ମୁଖରେ ଆସୁଥିବା ଚ୍ୟାଲେଞ୍ଜ ଓ ଚିନ୍ତା ଉପରେ ସ୍ୱର ଉଠାଇବା ପାଇଁ ଭାରତ ଜାନୁୟାରୀରେ ଭଏସ ଅଫ୍ ଗ୍ଲୋବାଲ ସାଉଥ ସମିଟର ପ୍ରଥମ ସଂସ୍କରଣ ଆୟୋଜନ କରିଥିଲା ।

Show More

Related Articles

Back to top button