Breaking PLUSଦେଶମୁଖ୍ୟ ଖବର

ରାଂଚିରେ ଲାଇଟ୍ ହାଉସ ପ୍ରୋଜେକ୍ଟର ଶୁଭାରମ୍ଭ କଲେ ପିଏମ ମୋଦି

ରାଂଚି, 10 ମାର୍ଚ୍ଚ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ରାଚୀଂର ଧୁର୍ଭା ସ୍ଥିତ ପଂଚମୁଖୀ ମନ୍ଦିର ନିକଟରେ ତିଆରି ହୋଇଥିବା ଲାଇଟ୍ ହାଉସ ପ୍ରୋଜେକ୍ଟର ରବିବାର ଦିନ ଭିସି ଜରିଆରେ ଉଦଘାଟନ କରିଛନ୍ତି । ଏହି କ୍ରମରେ ରାଜଧାନୀରେ ମୌସୀବାଡି ମୈଦାନ ପଂଚମୁଖୀ ମନ୍ଦିର ନିକଟରେ ପ୍ରାୟ 1008 ଆବାସର ଉଦଘାଟନ ହୋଇଛି ।
ଗ୍ଲୋବାଲ ହାଉସିଂ ଟେକ୍ନୋଲୋଜି ଚ୍ୟାଲେଂଜ ଅନ୍ତର୍ଗତ ଥ୍ରୀଡି ଭାଲ୍ୟୁମେଟ୍ରିକ ପ୍ରିକାଷ୍ଟ ବିଧିରେ 5.15 ଏକରରେ 7ଟି ବିଲ୍ଡିଂ ତିଆରି ହୋଇଛି । ପ୍ରାୟ 131 କୋଟି ଟଙ୍କା ବ୍ୟୟରେ 18ମାସରେ 1008 ଫ୍ଲାଟରେ ନୂଆ ଟେକନିକରେ ନିର୍ମାଣ ହୋଇଛି । ପ୍ରତିଟି ଫ୍ଲାଟ ୱାନ ବିଚକେ ବିଶିଷ୍ଟ, ଯାହାକି 315 ସ୍କ୍ୱୋୟାର ଫିଟରେ ନିର୍ମାଣ ହୋଇଛି । ଉଦଘାଟନ ସମୟରେ 10ଜଣ ହିତାଧିକାରୀଙ୍କୁ ସାଂକେତିକ ଭାବେ ଫ୍ଲାଟର ଚାବି ପ୍ରଦାନ କରାଯାଇଥିଲା ।

Show More

Related Articles

Back to top button