Breaking PLUSଦେଶମୁଖ୍ୟ ଖବର

ଆଜମଗଡରେ 34,700 କୋଟିର 782ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ପିଏମ ମୋଦି

ଆଜମଗଡ, 10 ମାର୍ଚ୍ଚ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ଆଜମଗଡ ଜିଲ୍ଲାର ମନ୍ଦୁରୀରେ ରବିବାର ଆୟୋଜିତ କାର୍ଯ୍ୟକ୍ରମରେ 34,700 କୋଟି ଟଙ୍କାର 782ଟି ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ।
ଏହି ଅବସରରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପଛୁଆ କୁହାଯାଉଥିବା ଆଜମଗଡ ଆଜି ବିକାଶର ଅନେକ ନୂଆ ଅଧ୍ୟାୟ ଲେଖିବାକୁ ଯାଉଛି ।ଆଜି ଆଜମଗଡର ତାରା ଚମକୁଛି । ଆଜି କେବଳ ଆଜମଗଡ ନୁହେଁ, ପୂରା ଦେଶର ବିକାଶ ପାଇଁ ଅନେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ହେଉଛି । ଯେଉଁ ଆଜମଗଡକୁ ପଛୁଆ ଅଂଚଳ ଭାବେ ମନେ କରାଯାଏ, ଆଜି ଏହା ବିକାଶର ନୂଆ ଅଧ୍ୟାୟ ଲେଖୁଛି । ଆଜି ଆଜମଗଡରୁ ଅନେକ ରାଜ୍ୟକୁ ପ୍ରାୟ 34,700 କୋଟିର 782ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରାଯାଇଛି ।

Show More

Related Articles

Back to top button