Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଅଯୋଧ୍ୟାର ରାମମନ୍ଦିର ଉପରେ ଡାକ ଟିକେଟ୍ ଜାରି କଲେ ପିଏମ ମୋଦି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଅଯୋଧ୍ୟାର ରାମମନ୍ଦିର ଉପରେ 6ଟି ବିଶେଷ ସ୍ମାରକ ଡାକ ଟିକେଟ ଓ ଏକ ବୁକଲେଟର ଅନାବରଣ କରିଛନ୍ତି ।
ସ୍ମାରକ ଡାକ ଟିକେଟରେ ରାମମନ୍ଦିର, ଭଗବାନ ଗଣେଶ, ଭଗବାନ ହନୁମାନ, ଜଟାୟୁ, କେଭଟରାଜ ଓ ମାଆ ଶବରୀ ସାମିଲ ଅଛନ୍ତି । ଷ୍ଟାମ୍ପ ବୁକଲେଟ୍ ହେଉଛି ବିଭିନ୍ନ ସମାଜରେ ଭଗବାନ ରାମଙ୍କ ଅନ୍ତର୍ଜାତୀୟ ଅପିଲକୁ ପ୍ରଦର୍ଶିତ କରିବା ପାଇଁ ଏକ ପ୍ରୟାସ ଅଟେ । 48 ପୃଷ୍ଠାର ଏହି ପୁସ୍ତକରେ ଆମେରିକା, ନ୍ୟୁଜିଲାଣ୍ଡ, ସିଙ୍ଗାପୁର, କାନାଡା, କାମ୍ବୋଡିଆ ଓ ମିଳିତ ଜାତିସଂଘ ପରି ସଙ୍ଗଠନ ସହିତ 20ରୁ ଅଧିକ ଦେଶ ଦ୍ୱାରା ଜାରି କରାଯାଇଥିବା ଡାକ ଟିକେଟ୍ ସାମିଲ ରହିଛି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ଆଜି ମୋତେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ସହିତ ସମ୍ବନ୍ଧିତ ଆଉ ଏକ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ମିଳିଲା । ଆଜି ରାମମନ୍ଦିରକୁ ସମର୍ପିତ 6ଟି ଡାକ ଟିକେଟ ଜାରି କରାଯାଇଛି । ଏହାସହିତ ସାରା ଦୁନିଆରୁ ଭଗବାନ ରାମଙ୍କ ଉପରେ ଜାରି ଟିକେଟ୍ ବୁକଲେଟ୍ ମଧ୍ୟ ଜାରି କରାଯାଇଛି ।

Show More

Related Articles

Back to top button