Breaking PLUSଦେଶମୁଖ୍ୟ ଖବର

ବିଲକିସ୍ ବାନୋ କେସରେ ତିନି ଦୋଷୀଙ୍କ ଆତ୍ମସମର୍ପଣ ଅବଧି ବୃଦ୍ଧିକୁ ନେଇ ପିଟିସନ

ନୂଆଦିଲ୍ଲୀ, 18 ଜାନୁଆରୀ – ବିଲକିସ୍ ବାନୋ ଗ୍ୟାଙ୍ଗରେପ ମାମଲାରେ 3ଜଣ ଦୋଷୀ ସୁପ୍ରିମକୋର୍ଟରେ ସମର୍ପଣ କରିବାର ଅବଧି ବୃଦ୍ଧି କରିବାକୁ ଦାବି କରିଛନ୍ତି । ବିଲକିସ୍ ବାନୋ ଗ୍ୟାଙ୍ଗରେପ ମାମଲାରେ 3ଜଣ ଦୋଷୀ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି । ଯେଉଁଥିରେ ଆତ୍ମସମର୍ପଣ ପାଇଁ ଗୋବିନ୍ଦ ନାଇ 4ସପ୍ତାହ, ମିତେଶ ଭଟ୍ଟ ଓ ରମେଶ ଚାନ୍ଦନା 6 ସପ୍ତାହ ମହଲତ ମାଗିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଜାନୁୟାରୀ 8ରେ ସୁପ୍ରିମେକାର୍ଟ ବିଲକିସ୍ ବାନୋ ଗ୍ୟାଙ୍ଗରେପ ମାମଲାରେ 11ଜଣ ଦୋଷୀଙ୍କୁ ମୁକ୍ତ କରିବା ନିଷ୍ପତ୍ତିକୁ ରଦ୍ଦ କରିବା ସହ ସମସ୍ତଙ୍କୁ 4ସପ୍ତାହ ମଧ୍ୟରେ ସମର୍ପଣ କରିବାକୁ କହିଥିଲେ ।

Show More

Related Articles

Back to top button