Breaking PLUSଦେଶମୁଖ୍ୟ ଖବର

ମୁମ୍ବାଇରେ ସବୁଠୁ ଲମ୍ବ ‘ଅଟଳ ସେତୁ’ର ଉଦଘାଟନ କଲେ ପିଏମ ମୋଦି

ମୁମ୍ବାଇ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶର ସବୁଠୁ ଲମ୍ବା ସାମୁଦ୍ରିକ ପୋଲ ଅଟଳ ବିହାର ବାଜପେୟୀ ଶିୱଡି-ନହାୱା ଶେଭା ନାମକ ଅଟଳ ସେତୁର ଉଦଘାଟନ କରିଛନ୍ତି । ଏହି ପୋଲର ନିର୍ମାଣରେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ଓ ନଭି ମୁମ୍ବାଇ ଏୟାରପୋର୍ଟକୁ ଯୋଗାଯୋଗ ସହଜ ହେବ ।
ଦେଶର ସବୁଠୁ ବଡ ସାମୁଦ୍ରିକ ପୋଲ ମୁମ୍ବାଇ ଟ୍ରାନ୍ସହାର୍ବର ଲିଙ୍କ ପରିଯୋଜନାର ଶିଳାନ୍ୟାସ 2016 ଡିସେମ୍ବରରେ ପିଏମ ମୋଦି କହିଥିଲେ । ପୋଲ ନିର୍ମାଣରେ 17,840 କୋଟି ଟଙ୍କା ବ୍ୟୟ ହୋଇଥିଲା । ଆଜି ଏହି ପୋଲକୁ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପିଏମ ମୋଦି । ଏହି ପୋଲ ପ୍ରାୟ 21.8 କିଲୋମିଟର ଲମ୍ବ ଓ 6 ଲେନ୍ ବିଶିଷ୍ଟ । ଏହି ପୋଲ 16.5 କିଲୋମିଟର ସମୁଦ୍ର ଉପର ଓ ପ୍ରାୟ 5.5 କିଲୋମିଟର ଭୂମିରେ ନିର୍ମାଣ ହୋଇଛି । ଏବେ ମୁମ୍ବାଇରୁ ପୁଣେ, ଗୋଆ ଓ ଦକ୍ଷିଣ ଭାରତ ଯାତ୍ରାରେ ଲାଗୁଥିବା ସମୟ ହ୍ରାସ ପାଇବ । ଏହି ପୋଲରୁ ମୁମ୍ବାଇ ଓ ନଭି ମୁମ୍ବାଇର ଦୂରତା ମାତ୍ର 20ମିନିଟ ଲାଗିବ ।
ଅଟଳ ସେତୁ ନିର୍ମାଣରେ ପ୍ରାୟ 177,903 ମେଟ୍ରିକ ଟନ ଷ୍ଟିଲ ଓ 504,253 ମେଟ୍ରିକ ଟନ୍ ସିମେଣ୍ଟ ବ୍ୟବହାର କରାଯାଇଛି । ପ୍ରାୟ 17,840 କୋଟି ଟଙ୍କା ବ୍ୟୟରେ ଏହା ନିର୍ମାଣ ହୋଇଛି । ଏହି ପୋଲରେ ପ୍ରତିଦିନ 70,000 ବାହାନ ସର୍ବାଧିକ ଶହେ କିଲୋମିଟର ସ୍ପିଡରେ ଯାଇପାରିବ ଏବଂ ଏହା ଶହେ ବର୍ଷ ଯାଏ ଚାଲିବ । ମୌସୁମୀ ସମୟରେ ପବନକୁ ସାମ୍ନା କରିବା ପାଇଁ ସ୍ୱତନ୍ତ୍ର ଲାଇଟିଂରେ ପୋଲ ଡିଜାଇନ କରାଯାଇଛି । ବିଜୁଳି ଯୋଗୁ ସମ୍ଭାବିତ କ୍ଷତିରୁ ରକ୍ଷା ପାଇବା ପାଇଁ ଲାଇଟିଂ ପ୍ରୋଟେକ୍ସନ ସିଷ୍ଟମ ବ୍ୟବହାର କରାଯାଇଛି ।

Show More

Related Articles

Back to top button