Breaking PLUSଦେଶମୁଖ୍ୟ ଖବର

ବାୟୁସେନାର ନିଖୋଜ ଥିବା ଏଏନ-32 ବିମାନର ଅଂଶାବଶେଷ 8ବର୍ଷ ପରେ ସମୁଦ୍ରରୁ ଉଦ୍ଧାର

ଉନ୍ନତ ଏୟୁଭି ଜରିଆରେ ସମୁଦ୍ର ତଳୁ ପ୍ରାୟ 3400 ମିଟର ତଳେ ଖୋଜାଯାଇଥିଲା ଅଂଶାବଶେଷ

ନୂଆଦିଲ୍ଲୀ- ବଙ୍ଗୋପସାଗର ଉପରେ 8ବର୍ଷ ପୂର୍ବରୁ ଗାଏବ ହୋଇଥିବା ଭାରତୀୟ ବାୟୁ ସେନାର ଏଏନ-32 ବିମାନର ଅବଶେଷ ଚେନ୍ନାଇରୁ ପ୍ରାୟ 310 କିଲୋମିଟର ଦୂର ସମୁଦ୍ର ଭିତରୁ ପ୍ରାୟ 3400 ମିଟର ତଳୁ ଉଦ୍ଧାର ହୋଇଛି । ଏହି ଅବଶେଷକୁ ଜାତୀୟ ମହାସାଗର ପ୍ରଦ୍ୟୋଗିକ ସଂସ୍ଥାନ ପକ୍ଷରୁ ଏକ ଉନ୍ନତ ଏୟୁଭି ବ୍ୟବହାର କରି ଖୋଜାଯାଇଛି । ଏହି ତଲାସୀ ଏବଂ ଉଦ୍ଧାର ଅଭିଯାନ ସମୁଦ୍ରରେ କୌଣସି ନିଖୋଜ ବିମାନ ତଲାସରେ ଏବେ ପର୍ଯ୍ୟନ୍ତ ଭାରତର ସବୁଠୁ ବଡା ତଲାସୀ ଅଭିଯାନ ଅଟେ ।
ସୂଚନାଯୋଗ୍ୟ ଯେ, ଭାରତୀୟ ବାୟୁ ସେନାର ଏଣ୍ଟୋନୋଭ ଏଏନ-32 ଟ୍ୱିନ ଇଞ୍ଜିନ ଟର୍ବୋପ୍ରୋପ ପରିବହନ ବିମାନ 2016 ଜୁଲାଇ 22 ସ୍ଥାନୀୟ ସମୟ ସକାଳ 8.30ରେ ଚେନ୍ନାଇର ତାମ୍ବରମ ବାୟୁସେନା ଷ୍ଟେସନରୁ ଉଡାଣ ଭରିଥିଲା । ସ୍ଥାନୀୟ ସମୟାନୁସାରେ 11.45 ମିନିଟ ସମୟରେ ଏହା ପୋର୍ଟ ବ୍ଲେୟାରରେ ଭାରତୀୟ ନୌସେନା ଏୟାର ଷ୍ଟେସନ ଆଇଏନଏସ ଉତ୍କୋର୍ଶରେ ଅବତରଣ କରିଥାନ୍ତା । ମାତ୍ର ଚେନ୍ନାଇରୁ 280 କିଲୋମିଟର ପୂର୍ବରେ ସକାଳ 9.12ରେ ବିମାନରୁ ରାଡାର ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା । ଏହି ସମୟରେ ବିମାନଟି ବଙ୍ଗୋପସାଗର ଉପରେ ଉଡାଣ ଭରିବା ସମୟରେ ଚେନ୍ନାଇରୁ ପ୍ରାୟ 150 ସାମୁଦ୍ରିକ ମାଇଲ ପୂର୍ବ ବଙ୍ଗୋପସାଗର ଉପରେ ଗାଏବ ହୋଇଯାଇଥିଲା । ଏହି ସମୟରେ ବିମାନରେ 29ଜଣ ଲୋକଥିଲେ ।

Show More

Related Articles

Back to top button