ଓଡ଼ିଶାମୁଖ୍ୟ ଖବର

ପ୍ରକାଶ ପାଇଲା +୨ କଳା ଓ ଧନ୍ଦାମୂଳକ ରେଜଲ୍ଟ

କଳାରେ ପାସ ହାର ୮୯.୪୯ %

ପ୍ରକାଶ ପାଇଛି ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଅପରାହ୍ନ ୧ଟାରେ ବିଧିବଦ୍ଧ ଭାବେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ରେଜଲ୍ଟ ଘୋଷଣା କରିଛନ୍ତି । ଏହାସହ orissaresults.nic.in ୱେବସାଇଟ୍‌ରେ ମଧ୍ୟ ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ଓ୍ୱେବସାଇଟରେ ନିଜର ରୋଲ ନମ୍ବର ଦେଇ ରେଜଲ୍ଟ ଜାଣିପାରିବେ ।ଚଳିତ ବର୍ଷ କଳାରେ ପାସ୍ ହାର ୮୯.୪୯ % ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଚଳିତ ବର୍ଷ କଳାରେ ୧ଲକ୍ଷ ୯୮ ୩୬୩ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ଯୁକ୍ତଦୁଇ କଳାରେ ୧ ଲକ୍ଷ ୮୬ ହଜାର ୬୮୫ ଜଣ ପିଲା ପାସ୍‌ କରିଛନ୍ତି। ସେହିପରି ଏକ୍ସରେଗୁଲାରରେ ପାସ୍ ହାର ୨୬ % ରହିଛି। ଧନ୍ଦାମୂଳକରେ ପାସ୍ ହାର ୮୨.୦୨ ପ୍ରତିଶତ ରହିଛି।।

ଯୁକ୍ତ ଦୁଇର ୩ ଲକ୍ଷ ୪୫ ହଜାର ୬୭୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବିଜ୍ଞାନ ଓ ବାଣିଜ୍ୟର ୧ଲକ୍ଷ ୨୩ ହଜାର ୫୦୮ ଜଣ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇ ସାରିଛି । କଳା ଓ ଧନ୍ଦାମୂଳକ ଶିକ୍ଷାର ୨ ଲକ୍ଷ ୨୧ ହଜାର ୮୬୭ ଜଣ ଛାତ୍ରଛାତ୍ରୀଙ୍କ ଫଳ ଶନିବାର ପ୍ରକାଶ ପାଇଛି ।କରୋନା ମହାମାରୀ ଯାଗୁଁ ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ବାତିଲ ହୋଇଥିଲା ବେଳେ ବିକଳ୍ପ ମୂଲ୍ୟାୟନ କରାଯାଇଛି । ଗତ ଜୁଲାଇ ୩୧ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବାହାରିଥିଲା । ସେହି ସମୟରେ ଆଉ ୧୫ ଦିନ ମଧ୍ୟରେ କଳା ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଥିଲା । ଏ ନେଇ ସିଏଚ୍‌ଏସ୍‌ଇ ମଧ୍ୟ ସୁପ୍ରିମ୍‌କୋର୍ଟରେ ସମୟ ଯାଚିକା ପୂର୍ବରୁ ଦାଖଲ କରିଥିଲା।

Show More

Related Articles

Back to top button