ଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ପୁରୀ ସ୍ବର୍ଗଦ୍ବାରରୁ ହଟିଲା କଟକଣା

ଏଣିକି ଜିଲ୍ଲା ତଥା ଜିଲ୍ଲା ବାହାରର ଶବ ହୋଇପାରିବ ସତ୍କାର

ପୁରୀ ସ୍ବର୍ଗଦ୍ବାରରୁ ହଟିଲା କଟକଣା । ସ୍ବର୍ଗଦ୍ବାରରେ ଶବ ସତ୍କାରକୁ ଅନୁମତି ପ୍ରଦାନ କରାଯାଇଛି । ଏଣିକି ସ୍ବର୍ଗଦ୍ବାରରେ ଜିଲ୍ଲା ତଥା ଜିଲ୍ଲା ବାହାରର ଶବ ମଧ୍ୟ ସତ୍କାର କରାଯାଇପାରିବ । ଅଗଷ୍ଟ ୧୬ ତାରିଖରୁ ଶବ ସତ୍କାର ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସ୍ବର୍ଗଦ୍ବାରରୁ ଶବ ସତ୍କାର ବେଳେ ଶବ ସହ ୧୦ ଜଣଙ୍କୁ ଉପସ୍ଥିତ ରହିବାକୁ ଅନୁମତି ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ ସ୍ବର୍ଗଦ୍ବାରରେ ଶବଦାହ ପାଇଁ ଲାଗିଥିଲା କଟକଣା । ଅପ୍ରେଲ ୨୬ରୁ ପୁରୀ ସ୍ବର୍ଗଦ୍ବାରରେ ଶବଦାହ ଉପରେ କଟକଣା ଲାଗୁ କରଯାଇଥିଲା । କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ବାହାର ଜିଲ୍ଲାର ଲୋକମାନଙ୍କ ପାଇଁ ସ୍ବର୍ଗଦ୍ବାରରେ ଶବଦାହ ବାରଣ କରାଯାଇଥିଲା । ଅସ୍ଥି ବିସର୍ଜନ ଓ ଶ୍ରାଦ୍ଧ ଆଦି କାର୍ଯ୍ୟରେ ମଧ୍ୟ ରୋକ ଲଗାଇଥିଲା ପୁରୀ ଜିଲ୍ଲା ପ୍ରଶାସନ।

Show More

Related Articles

Back to top button