ଓଡ଼ିଶାମୁଖ୍ୟ ଖବରରାଜନୀତି

ପିପିଲିର ନୂଆ ବିଧାୟକ ରୁଦ୍ରପ୍ରତାପ ମହାରଥୀ

ଶପଥ ପାଠ କରାଇଲେ ବାଚସ୍ପତି

ଶପଥ ନେଲେ ରୁଦ୍ର ମହାରଥୀ । ପିପିଲି ବିଧାୟକ ଭାବେ ଆଜି ଶପଥ ନେଇଛନ୍ତି ରୁଦ୍ର ମହାରଥୀ । ବିଧାନସଭାରେ ଶପଥପାଠ କରାଇଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଖବର ଅନୁଯାୟୀ, ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପନିର୍ବାଚନ ହୋଇଥିଲା । ଏଥିରେ ବିଜେଡି ପ୍ରାର୍ଥୀ ତଥା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ବିଜୟୀ ହୋଇଥିଲେ । ରୁଦ୍ର ନିଜର ପ୍ରତିନ୍ଦ୍ୱନ୍ଦୀ ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ପିପିଲିର ଏହି ଉପନିର୍ବାଚନରେ ରୁଦ୍ର ପ୍ରତାପ ମହାରଥୀ ୯୬ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୭୬ ହଜାରରୁ ଅଧିକ ଭୋଟ ପାଇଥିଲେ ।

କଂଗ୍ରେସ ପୁଣି ଥରେ ନିଜର ଅମାନତ ହରାଇଥିଲା । ତେବେ ଅନୁଷ୍ଠିତ ହୋଇଥିବା ପିପିଲି ଉପନିର୍ବାଚନରେ ରୁଦ୍ର ପ୍ରତାପ ମହାରଥୀ ବିଜୟୀ ହୋଇଥିଲା । ଆଜି ବିଧାୟକ ଭାବେ ଶପଥ ନେଇଛନ୍ତି ରୁଦ୍ର ପ୍ରତାପ ମହାରଥୀ । ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଦ୍ରପ୍ରତାପ ମହାରଥୀଙ୍କୁ ବିଧାୟକ ଭାବେ ଶପଥ ପାଠ କରାଇଛନ୍ତି । ବିଧାନସଭାରେ ଏହି ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Show More

Related Articles

Back to top button