Breaking PLUSଓଡ଼ିଶା

ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ

ପିପିଲିର ପୂର୍ବତନ ବିଧାୟକ ତଥା କଂଗ୍ରେସ ଦଳର ଟାଣୁଆ ନେତା ଯୁଧିଷ୍ଠୀର ସାମନ୍ତରାୟଙ୍କର ପରଲୋକ ଘଟିଛି। ସେ କିଛିଦିନ ଧରି ଅସୁସ୍ଥ ଥିଲେ। ସୋମବାର ସକାଳେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍‌‌ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ସେ କଂଗ୍ରେସ ଦଳରୁ ପିପିଲିର ବିଧାୟକ ଥିଲେ। କଂଗ୍ରେସ ଦଳର ଜଣେ ଟାଣୁଆ ନେତା ଭାବେ ସେ ସମଗ୍ର ରାଜ୍ୟରେ ପରିଚିତ ଥିଲେ। ତାଙ୍କ ପୁତ୍ର ପ୍ରୀୟବ୍ରତ ସାମନ୍ତରାୟ ଏବେ ଓଡିଶା ରାଜ୍ୟ ଖାଦ୍ୟ ଆୟୋଗର ସଦସ୍ୟ ଅଛନ୍ତି। ଶ୍ରୀସାମନ୍ତରାୟଙ୍କ ପରଲୋକରେ ପିପିଲିରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପରଲୋକରେ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Show More

Related Articles

Back to top button