Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ ଆରମ୍ଭ ହେଲା ପିଜି ସ୍ପଟ ନାମଲେଖା

ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଖାଲିଥିବା ସ୍ନାତକୋତ୍ତର(ପିଜି) ସିଟ୍‌ଗୁଡ଼ିକ ପାଇଁ ସ୍ପଟ ନାମଲେଖା ପ୍ରକ୍ରିୟା ଶନିବାର ଠାରୁ ଆରମ୍ଭ ହେବ । ଛାତ୍ରଛାତ୍ରୀ ୯ ତାରିଖ ପୂର୍ବାହ୍ନ ୧୧ଟାରୁ ନାମଲେଖା ପାଇଁ ସାମ୍ସ ୱେବ ସାଇଟ ମାଧ୍ୟମରେ ଆବେଦନ କରିପାରିବେ

ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଖାଲିଥିବା ସ୍ନାତକୋତ୍ତର(ପିଜି) ସିଟ୍‌ଗୁଡ଼ିକ ପାଇଁ ସ୍ପଟ ନାମଲେଖା ପ୍ରକ୍ରିୟା ଶନିବାର ଠାରୁ ଆରମ୍ଭ ହେବ । ଛାତ୍ରଛାତ୍ରୀ ୯ ତାରିଖ ପୂର୍ବାହ୍ନ ୧୧ଟାରୁ ନାମଲେଖା ପାଇଁ ସାମ୍ସ ୱେବ ସାଇଟ ମାଧ୍ୟମରେ ଆବେଦନ କରିପାରିବେ । ତେବେ ପୂର୍ବରୁ ଆବେଦନ କରି ନାମ ଲେଖାଇଥିବା ଛାତ୍ରଛାତ୍ରୀ ଓ ନାମ ଲେଖାଇ ନଥିବା ଛାତ୍ରଛାତ୍ରୀ ପୁନଶ୍ଚ ନାମଲେଖା ପାଇଁ ଆବେଦନ କରିପାରିବେ । ହେଲେ ପୂର୍ବରୁ ଫି’ ପୈଠ କରିଥିବା ଛାତ୍ରଛାତ୍ରୀଙ୍କୁ ପୁନଶ୍ଚ ଫି ଦେବାକୁ ପଡ଼ିବ ନାହିଁ । ମାତ୍ର ଏକକ ପ୍ରବେଶିକା ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ହିଁ ନାମ ଲେଖା ପାଇଁ ଆବେଦନ କରି ପାରିବେ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି । ତେବେ ଛାତ୍ରଛାତ୍ରୀ ପିଜି ସ୍ପଟ୍ ନାମଲେଖା ପାଇଁ ୯ ତାରିଖ ପୂର୍ବାହ୍ନ ୧୧ଟାରୁ ୧୨ ତାରିଖ ଅପରାହ୍ଣ ୨ଟା ପର୍ଯ୍ୟନ୍ତ କରିପାରିବେ । ନାମଲେଖା ପାଇଁ ମେଧା ତାଲିକା ଜାନୁଆରୀ ୧୫ ତାରିଖ ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ । ଛାତ୍ରଛାତ୍ରୀଙ୍କ କ୍ୟାରିୟର ମାର୍କ ଓ ପ୍ରବେଶିକା ପରୀକ୍ଷା ମାର୍କ ଆଧାରରେ ମେଧା ତାଲିକା ପ୍ରକାଶ କରାଯିବ । ଛାତ୍ରଛାତ୍ରୀ କଲେଜ ସ୍ତରରେ ପ୍ରକାଶ ପାଇଥିବା ମେଧା ତାଲିକା ଅନୁଯାୟୀ ଜାନୁଆରୀ ୧୬ ତାରିଖରୁ ୨୦ ତାରିଖ ମଧ୍ୟରେ ଅପରାହ୍ଣ ୨ଟା ସୁଦ୍ଧା ରିପୋର୍ଟିଂ କରିବେ । ରିପୋର୍ଟିଂ ପରେ କଲେଜ ଓ ବିଶଯବବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କ ମେଧା ତାଲିକା ୨୦ ତାରିଖ ଅପରାହ୍ଣ ୫ଟାରେ ପ୍ରକାଶ ପାଇବ । ସେହିପରି ଛାତ୍ରଛାତ୍ରୀ ଜାନୁଆରୀ ୨୧ ଓ ୨୨ ତାରିଖ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୫ଟା ମଧ୍ୟରେ କାଗଜପତ୍ର ଯାଞ୍ଚ,ଫି ପୈଠ ଆଦି ସହିତ ନାମଲେଖାଇବେ । ତେବେ ନାମଲେଖା ସଂକ୍ରାନ୍ତୀୟ ଚୂଡ଼ାନ୍ତ ତାଲିକା ଜାନୁଆରୀ ୨୩ ତାରିଖ ଅପରାହ୍ଣ ୫ଟାରେ ସାମ୍ସ ୱେବ ସାଇଟରେ ପ୍ରକାଶ ପାଇବ । ଅନ୍ୟପକ୍ଷରେ ୨୩ ତାରିଖ ପରେ ଯଦି କୋଣସି ସିଟ୍ ଖାଲି ରହେ ତେବେ ସ୍ପଟ ଆଧାରରେ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନାମ ଲେଖାଇ ପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ଦର୍ଶାଇଛି ।

Show More

Related Articles

Back to top button