Breaking PLUSଦେଶ ବିଦେଶମୁଖ୍ୟ ଖବର

ଆମେରିକାରେ ରେକର୍ଡ ଭାଙ୍ଗୁଛି କରୋନା, ଗତ 24 ଘଣ୍ଟା ମଧ୍ୟରେ 2ଲକ୍ଷ 90 ହଜାର ନୂଆ କରୋନା ରୋଗୀ ଚିହ୍ନଟ

ଆମେରିକାକୁ ପୁଣି ଡରାଇଲା କରୋନା। ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୨ ଲକ୍ଷ ୯୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୩୧ ହଜାର କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।

ଆମେରିକାକୁ ପୁଣି ଡରାଇଲା କରୋନା। ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୨ ଲକ୍ଷ ୯୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୩୧ ହଜାର କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଯାହାକି ଆମେରିକା ପାଇଁ ପୁଣିଥରେ କରୋନା ବଡ଼ ବିପଦ ସାବ୍ୟସ୍ତ ହୋଇଛି। ଜନ ହାପିକନ ବିଶ୍ୱବିଦ୍ୟାଳୟର ରିଏଲ ଟାଇମ୍ ଡାଟାରୁ ଏହି ସୂଚନା ମିଳିଛି।

ସମାନ ୨୪ ଘଣ୍ଟାରେ ୩,୬୭୬ ଜଣ କରୋନାରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଏହାପୂର୍ବରୁ ଆମେରିକାରେ ୨୪ ଘଣ୍ଟା ମଧ୍ୟରେ ୪ ହଜାର ଜଣଙ୍କର ମୃତ୍ୟୁ ଘଟିଥିଲା।

କରେନାରେ ସର୍ବାଧିକ କ୍ଷତିଗ୍ରସ୍ତ ଦେଶ ତାଲିକାରେ ଆମେରିକା ରହିଛି। ଦେଶର ସ୍ୱାସ୍ଥ୍ୟାବସ୍ଥା ଅଧିକ ପ୍ରଭାବିତ ହୋଇଥିବାରୁ ଏବେ ଆମେରିକା ଟିକା ଉପରେ ଗୁରୁତ୍ୱ ଦେଉଛି। ଡିସେମ୍ୱର ଅଧାରୁ ଆମେରିକାରେ ଟିକାକରଣ ଆରମ୍ଭ ହୋଇଛି। ୩୩୦ ମିଲିଅନ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ଏଯାବତ ୬ ମିଲିଅନ୍ ଲୋକ କରୋନାର ଦୁଇଟି ଡୋଜ ନେଇଥିବା ଜଣାପଡ଼ିଛି।

Show More

Related Articles

Back to top button