Breaking PLUSଦେଶ ବିଦେଶମୁଖ୍ୟ ଖବର
ଟ୍ରମ୍ପଙ୍କୁ ଝଟକା ଦେଲା ଟ୍ୱିଟର, ସମ୍ପୂର୍ଣ୍ଣ ରୂପେ ବନ୍ଦକଲା ଟ୍ୱିଟର ଆକାଉଣ୍ଟ
ଟ୍ରମ୍ପଙ୍କ ଟ୍ଵିଟର ଆକାଉଣ୍ଟ ସଂପୂର୍ଣ୍ଣ ବନ୍ଦ । କ୍ୟାପିଟଲ ବିଲଡିଂରେ ହିଂସା ପରେ ଟ୍ଵିଟର ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଆଗକୁ ଯେପରି ହିଂସା ନବଢେ ସେଥିପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି
ଟ୍ରମ୍ପଙ୍କ ଟ୍ଵିଟର ଆକାଉଣ୍ଟ ସଂପୂର୍ଣ୍ଣ ବନ୍ଦ । କ୍ୟାପିଟଲ ବିଲଡିଂରେ ହିଂସା ପରେ ଟ୍ଵିଟର ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଆଗକୁ ଯେପରି ହିଂସା ନବଢେ ସେଥିପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ନିକଟରେ ଟ୍ରମ୍ପଙ୍କ ଟ୍ଵିଟର ଆକାଉଣ୍ଟ ସମୀକ୍ଷା କରାଯିବା ପରେ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇଥିବା ଟ୍ଵିଟର ପକ୍ଷରୁ କୁହାଯାଇଛି ।
ଆମେରିକା ସଂସଦ ପରିସରରେ ହୋଇଥିବା ହିଂସା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ଵିଟର, ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ଉପରେ ବ୍ୟାନ୍ ଲଗାଯାଇଥିଲା । ବୁଧବାର ହିଂସା ପରେ କିଛି ସମୟ ପାଇଁ ଟ୍ରମ୍ପଙ୍କ ଟ୍ଵିଟର ଆକାଉଣ୍ଟ କନ୍ଦ କରାଯାଇଥିଲା । ନିୟମକୁ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା । ଟ୍ଵିଟରର ଏହି କାର୍ଯ୍ୟାନୁଷ୍ଠାନ ପରେ ଏବେ ଟ୍ରମ୍ପର ନିଜର ଟ୍ଵିଟର ଆକାଉଣ୍ଟ ଖୋଲି ପାରିବେ ନାହିଁ ।