ଦେଶ ବିଦେଶବାଣିଜ୍ୟ

ହ୍ରାସ ହୋଇପାରେ ପେଟ୍ରୋଲ-ଡିଜେଲର ମୂଲ୍ୟ

ସରକାର ନେଇପାରନ୍ତି ଏହି ବଡ ନିଷ୍ପତ୍ତି

ପେଟ୍ରୋଲ-ଡିଜେଲର ବଢୁଥିବା ମୂଲ୍ୟରୁ ଲୋକଙ୍କୁ ଖୁବଶୀଘ୍ର ମିଳିପାରେ ଆଶ୍ୱସ୍ତି। ଗୋଲ୍ଡମ୍ୟାନ ସାକ୍ସ ଗ୍ରୁପ ଇନଙ୍କ ଅନୁସାରେ, ଯଦି ବୈଶ୍ୱିକ ତୈଳ ମୂଲ୍ୟରେ ବୃଦ୍ଧି ଘଟେ, ତେବେ ମୂଦ୍ରାସ୍ପିତୀର ଚାପକୁ ହ୍ରାସ କରିବା ପାଇଁ ଭାରତ ସରକାର ଟିକସ ହ୍ରାସ କରିପାରନ୍ତି । ଏହା ଏପରି ଏକ ପଦକ୍ଷେପ ଯାହା ଦ୍ୱାରା ଦେଶର ରାଜସ୍ୱ ସଂଗ୍ରହ ହ୍ରାସ ହେବ। ଗୋଲ୍ଡମ୍ୟାନ ସାକ୍ସର ବରିଷ୍ଠ ଭାରତୀୟ ଅର୍ଥଶାସ୍ତ୍ରୀ ଶାନ୍ତନୁ ସେନଗୁପ୍ତା କହିଛନ୍ତି, ଯଦି ଅଶୋଧିତ ତୈଳର ମୂଲ୍ୟ ଉଚ୍ଚା ହୁଏ ତେବେ ଏହାର ସିଧା ପ୍ରଭାବ ପେଟ୍ରୋଲ-ଡିଜେଲର ମୂଲ୍ୟ ଉପରେ ପଡିବ ।

ଯଦି ବର୍ଷ ଶେଷ ସୁଦ୍ଧା ବ୍ୟାରେଲ ପିଛା ଆଶୋଧିତ ତୈଳର ମୂଲ୍ୟ ୧୦୫ ଡଲାର ରୁହେ ତେବେ ଭାରତ ସରକାରଙ୍କୁ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିବାକୁ ପଡିବ । ଋଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଚିକ୍ତତା ଯୋଗୁଁ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୯୦ଡଲାର ପାଖରେ ପହଞ୍ଚିଛି। ଗୋଲ୍ଡମ୍ୟାନ ସହ ୱାଲ ଷ୍ଟ୍ରିଟ ବ୍ୟାଙ୍କର ଏକ ଗ୍ରୁପ ଭବିଷ୍ୟବାଣୀ କରି କହିଛି, ଚଳିତ ବର୍ଷ ଅଶୋଧିତ ତୈଳର ବ୍ୟାରେଲ ପିଛା ମୂଲ୍ୟ ୧୦୦ ଡଲାର ପାର କରିବ।

Show More

Related Articles

Back to top button