ବାଣିଜ୍ୟ

ଲଗାମ ଛଡା ତୈଳ ଦର

ପୁଣି ପେଟ୍ରୋଲ ୩୫ ପଇସା ଏବଂ ଡିଜେଲ ୧୮ ପଇସା ବଢିଲା, ଖାଉଟି ହନ୍ତସନ୍ତ

ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଉପରେ ଲଗାମ ନାହିଁ । ଗତ କିଛିଦିନ ହେଲା କିଛି ମିଳୁ କି ନମିଳୁ କିନ୍ତୁ ନିୟମିତ ଭାବେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଆଜି ରବିବାର ପୁଣି ଦେଶରେ ବଢିଛି ତୈଳ ଦର । ସରକାରୀ ତେଲ କମ୍ପାନୀମାନେ ଘରୋଇ ବଜାରରେ ଆଜି ଅର୍ଥାତ ରବିବାର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ଏବଂ ଡିଜେଲ ଲିଟର ପିଛା ୧୮ ପଇସା ବୃଦ୍ଧି କରିଛନ୍ତି । ଦିଲ୍ଲୀରେ ଆଜି ପେଟ୍ରୋଲ ଦର ୯୯.୫୧ ଟଙ୍କା ଥିବା ବେଳେ ଡିଜେଲ ଦର ରହିଛି ୮୯.୩୬ ଟଙ୍କା ।ଦେଶର ଆର୍ଥିକ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୧୦୫.୫୮ ଟଙ୍କା ଥିବା ବେଳେ ଡିଜେଲ ଦର ରହିଛି ୯୬.୯୧ ଟଙ୍କା ।

ସେହିଭଳି ଚେନ୍ନାଇରେ ପେଟ୍ରୋଲ ୧୦୦.୪୪ ଏବଂ ଡିଜେଲ ୯୩.୯୧ ଟଙ୍କା ରହିଥିବା ବେଳେ କୋଲକାତାରେ ଆଜି ପେଟ୍ରୋଲ ଦର ୯୯.୪୫ ଏବଂ ଡିଜେଲ ୯୨.୨୭ ଟଙ୍କା ରହିଛି ।ସେହିଭଳି ରାଜଧାନୀ ଭୁବନେଶ୍ବରରେ ଆଜି ପେଟ୍ରୋଲ ୩୫ ପଇସା ଏବଂ ଡିଜେଲ ୨୦ ପଇସା ବୃଦ୍ଧି ପାଇଛି । ପୂର୍ବରୁ ଶତକ ମାରିଥିବା ପେଟ୍ରୋଲର ଆଜିର ଦର ରହିଛି ୧୦୦.୩୦ ଟଙ୍କା ପ୍ରତିଲିଟର ଏବଂ ଡିଜେଲ ଦର ଲିଟର ପିଛା ୯୭.୩୯ ଟଙ୍କା ରହିଛି ।ଗତକାଲି ଅର୍ଥାତ ଶନିବାର ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଅପରିବର୍ତ୍ତିତ ରହିଥିଲା । ଯାହା ଫଳରେ ଦର ସ୍ଥିର ରହିଥିଲା । ତେବେ ଜୁଲାଇ ୨ ତାରିଖରେ ପେଟ୍ରୋଲ ଦର ୩୫ ପଇସା ବୃଦ୍ଧିପାଇଥିଲା ଏବଂ ଡିଜେଲ ଦର ସ୍ଥିର ଥିଲା । ବିଦେଶୀ ମୁଦ୍ରା ମୂଲ୍ୟ ଏବଂ ଅନ୍ତରାଷ୍ଟ୍ରୀୟ ବଜାରରେ କ୍ରୁଡ୍ ଅଏଲ ଦର ଆଧାରରେ ଦେଶରେ ପ୍ରତିଦିନ ପେଟ୍ରୋଲ ଏବଂ ଡିଜଲେ ଦର ନିର୍ଦ୍ଧାରଣ ହୋଇଥାଏ ।

Show More

Related Articles

Back to top button