ଓଡ଼ିଶାମୁଖ୍ୟ ଖବର

ଆଜିଠୁ ଗଞ୍ଜାମ ଜିଲ୍ଲାରେ ଦିଆଯିବ କୋଭାକ୍ସିନ୍

ପହଁଚିଛି ୧ ଲକ୍ଷ ୪୦ ହଜାର ଡୋଜ୍

ସୋମବାରଠୁ ଗଞ୍ଜାମ ଜିଲ୍ଲାରେ ଦିଆଯିବ କୋଭାକ୍ସିନ୍ ଟିକା । ପ୍ରଥମ ପର୍ଯ୍ୟୟରେ ଜିଲ୍ଲାରେ ୧ ଲକ୍ଷ ୪୦ ହଜାର ଡୋଜ୍ ଟିକା ପହଞ୍ଚି ସାରିଛି।ଆଜିଠୁ ଗଞ୍ଜାମ ଜିଲ୍ଲାର ୨୫୦ କେନ୍ଦ୍ରରେ କୋଭାକ୍ସିନ୍ ଟିକା ଦିଆଯିବ । ପୂର୍ବରୁ କେବଳ ଭୁବନେଶ୍ଵରରେ ହିଁ କୋଭାକ୍ସିନ୍ ଟିକା ପ୍ରଦାନ କରାଯାଉଥିଲା। ଏବେ ବ୍ରହ୍ମପୁରରେ ଏହି ଟିକା ଦିଆଯିବ ।

ଏଥି ପାଇଁ ଜିଲ୍ଲାରେ ୨୫୦ କେନ୍ଦ୍ର ପ୍ରସ୍ତୁତ ରହିଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ, ରବିବାର ସୁଦ୍ଧା ରାଜ୍ୟରେ ମୋଟ୍ ୯୨୧୮୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୦୨୨୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୮୮୭୪୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୪୦୫୦୭୭୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Show More

Related Articles

Back to top button