ଦେଶ ବିଦେଶବାଣିଜ୍ୟ

ପେଟ୍ରୋଲ ଓ ଡିଜେଲ GST ଅନ୍ତର୍ଗତ ହେବ କି ନା ?

ଆସନ୍ତୁ ଜାଣିବା ସରକାରଙ୍କ ନିଷ୍ପତ୍ତି କ’ଣ

ପେଟ୍ରୋଲ ଓ ଡିଜେଲ ସାମଗ୍ରୀ ଓ ସେବା କର (ଜିଏସିଟି) ଅନ୍ତର୍ଗତ ହୋଇ ପାରିବ କି ନା ? ସେ ନେଇ ସରକାରଙ୍କ ନିଷ୍ପତ୍ତି ବୁଧବାର ଜଣାପଡିଛି। ଜନୈକ ବରିଷ୍ଠ ସରକାରୀ ଅଧିକାରୀ ସିଏନବିସି ଟିଭି-୧୮କୁ ଏନେଇ ସ୍ୱତନ୍ତ୍ର ସାକ୍ଷାତକାରରେ ସୂଚନା ଦେଇଛନ୍ତି। ଦେଶରେ ଜାରି କୋଭିଡ-୧୯ ମହାମାରୀରେ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅଧିନକୁ ଅଣାଯାଇ ପାରିବନି। ଜିଏସଟି ପରିଷଦର ୪୫ତମ ବୈଠକରେ ସରକାର ଏ ବାବଦେ ନିଜର ନିଷ୍ପତ୍ତି ଜଣାଇ ଦେଇଛନ୍ତି। ଏଣୁ ଆଗତ ପ୍ରସ୍ତାବର ଚର୍ଚ୍ଚାକୁ ହୋଲ୍ଡରେ ରଖା ଯାଇଛି। ରାଜସ୍ୱ ପ୍ରଭାବ କାରଣରୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

କୋଭିଡ ସଂକଟ ସମାପ୍ତ ହେବା ପରେ ହିଁ ଏ ବାବଦେ ଯାହା ନିଷ୍ପତ୍ତି ହୋଇପାରିବ ବୋଲି କହିଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କୁ ପେଟ୍ରୋଲ ଓ ଡିଜେଲରୁ ସେଣ୍ଟ୍ରାଲ ଏକ୍ସାଇଜ ଡ୍ୟୁଟି ବାବଦେ ଦୁଇ ଗୁଣରୁ ଅଧିକ ରାଜସ୍ୱ ମିଳିଛି। ତଥ୍ୟ ଅନୁସାରେ କେନ୍ଦ୍ର ସରକାର ୩.୭୨ କୋଟି ଟଙ୍କାର ରାଜସ୍ୱ ଆୟ କରିଛନ୍ତି। ଏହି ଆୟ ନେଇ କେନ୍ଦ୍ର ସରକାର ନିଜେ ରାଜ୍ୟସଭାରେ ଘୋଷଣା ମଧ୍ୟ କରିଛନ୍ତି। ଇନ୍ଧନ ଉପରେ ଶୁଳ୍କ ବୃଦ୍ଧି ଯୋଗୁ ଏହା ସମ୍ଭବ ହୋଇଥିବା ସରକାର ଗୃହକୁ ସୂଚିତ କରିଥିଲେ। ୨୦୧୯ ମସିହାରେ ଉତ୍ପାଦ ଶୁଳ୍କ ପେଟ୍ରୋଲ ଉପରେ ୧୯.୯୮ ଟଙ୍କା ଓ ଡିଜେଲ ଉପରେ ୧୫ଟଙ୍କା ୮୩ ପଇସା ଥିଲା। ତେବେ ଗତବର୍ଷ ସରକାର ୨ ଥର ଉତ୍ପାଦ ଶୁଳ୍କ ବୃଦ୍ଧି କରିଥିଲେ। ଦେଶରେ ଗତ ୨୭ ଦିନ ହେଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଛି। ତୈଳ କମ୍ପାନୀମାନେ ଦରରେ ସେପରି ଆଖିଦୃଷିଆ ବୃଦ୍ଧି କି ହ୍ରାସ କରି ନାହାନ୍ତି।

Show More

Related Articles

Back to top button