Breaking PLUSଦେଶ ବିଦେଶମୁଖ୍ୟ ଖବର

ମାନିଲେନି କଟକଣା, ଦିଲ୍ଲୀରେ ରାତିସାରା ଫୁଟିଲା ବାଣ

ଜାତୀୟ ରାଜଧାନୀ ଦିଲ୍ଲୀରେ ନିଷେଧାଦେଶ ସତ୍ତ୍ୱେ ଲୋକମାନେ ପ୍ରବଳ ବାଣ ଫୁଟାଇଥିବା ଦେଖିବାକୁ ମିଳିଛି । ରବିବାର ସକାଳେ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ଗୁରୁତର ସ୍ତରରେ ପହଞ୍ଚିଛି । ପୂର୍ବରୁ ଧୁଳି ଧୁଆଁ ଯୋଗୁଁ ଦିଲ୍ଲୀର ପାଣିପାଗ ଖରାପ ହୋଇଯାଇଥିଲା । ଏ ନେଇ ଏନଜିଟି ମଧ୍ୟ 30 ନଭେମ୍ବର ପର୍ଯ୍ୟନ୍ତ ଦିଲ୍ଲୀରେ ବାଣ କ୍ରୟ ଏବଂ ଜାଳିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

ତଥ୍ୟ ଅନୁଯାୟୀ, ଦିଲ୍ଲୀ ଏନସିଆରରେ ଥିବା ଏୟାର କ୍ୱାଲିଟି ଇଣ୍ଡେକ୍ସ ହାରାହାରି 500 ଅତିକ୍ରମ କରିଛି । ଦିଲ୍ଲୀ ସହରରେ ମଧ୍ୟ ବାୟୁ ଗୁଣବତ୍ତା ଆହୁରି ଖରାପ ସ୍ଥିତିରେ ପହଁଞ୍ଚି ଯାଇଥିବାବେଳେ AQI ମଧ୍ୟ ଖରାପ ସ୍ତରକୁ ଅତିକ୍ରମ କରିଛି |

ସକାଳ 6 ଟା ସୁଦ୍ଧା ଦିଲ୍ଲୀର ଆନନ୍ଦ ବିହାର ଅଞ୍ଚଳରେ AQI 478, ଆଇଟିଓ ଅଞ୍ଚଳରେ 460, ବାୱାନା 383, ଚାନ୍ଦନୀ ଚୌକ୍ 452, ଦିଲଶାଦ ଗାର୍ଡେନ୍ 467, ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ 444, ଦ୍ୱାରକା ସେକ୍ଟର 8 ଅଞ୍ଚଳରେ 468, ମନ୍ଦିର ମାର୍ଗରେ 473, ମୁଣ୍ଡକା 465 ରେକର୍ଡ କରାଯାଇଛି । ନଜାଫଗଡରେ 447, ଜାହାଙ୍ଗୀରପୁରୀରେ 500, ଲୋଧି ରୋଡରେ 446, ପଞ୍ଜାବୀ ବାଗରେ 473, ଆର.କେ ପୁରମ ଅଞ୍ଚଳରେ 475, ରୋହିଣୀ 479 ଏବଂ ୱାଜିରପୁର ଅଞ୍ଚଳରେ 434 ଥିବା ନେଇ ରେକର୍ଡ କରାଯାଇଛି |

ଦୀପାବଳି ଅବସରରେ ବାଣ ଫୁଟାଇବା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ବାୟୁ ଗୁଣବତ୍ତା ଗୁରୁତର ହୋଇପଡିଥିବା ଜଣାପଡିଛି । PM 2.5 ସ୍ତର ସହରର ପ୍ରାୟ ସମସ୍ତ ଅଞ୍ଚଳରେ 400 ରୁ ଅଧିକ ରହିଛି |

ଆଜି ସକାଳ 8 ଟାରେ ଦିଲ୍ଲୀର ହାରାହାରି AQI ହେଉଛି 468 | 60 ରୁ ଅଧିକ AQI ରହିବା ଶରୀର ପାଇଁ ଅସ୍ୱାସ୍ଥ୍ୟକର ବୋଲି ବିବେଚନା କରାଯାଏ | ଡାକ୍ତର ଏବଂ ବୈଜ୍ଞାନିକମାନେ କହିଛନ୍ତି ଯେ PM 2.5 ର ଉଚ୍ଚ ସ୍ତରର ସ୍ୱଳ୍ପକାଳୀନ ସଂସ୍ପର୍ଶରେ ଆସିବା କରୋନା ଜୀବାଣୁ ସଂକ୍ରମଣ ସମେତ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ଏହା ରକ୍ତଚାପ ଏବଂ ଆଜମା ମଧ୍ୟ ବଢାଇ ଥାଏ ।

Show More

Related Articles

Back to top button