Breaking PLUSଓଡ଼ିଶାମୁଖ୍ୟ ଖବର

ଦୁଃଖ ଦେଇଗଲା ଦୀପାବଳି, ଅଗ୍ନିକାଣ୍ଡରେ ଜଳିଗଲା ପାଞ୍ଚ ବଖରା ଘର

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ କୁଡୁତାଇର କପିଳପଲ୍ଲୀ ଗ୍ରାମରେ ଅଗ୍ନିକାଣ୍ଡ ଘଟି ପାଞ୍ଚ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଦୀପାବଳୀରେ ପୂର୍ବପୁରୁଷଙ୍କ ଉଦ୍ଧେଶ୍ୟରେ ଚଉରାମୂଳେ କାଉଁରିଆ ଜଳାଇଥିଲେ । ଏହି କାର୍ଯ୍ୟକ୍ରମ ସରିବା ପରେ ଜଳୁଥିବା ଏକ କାଉଁରିଆ କାଠିକୁ ତୁଳସୀ ଚଉରାମୂଳେ ପକାଇ ଦେଇ ଘରଭିତରକୁ ଯିବାପରେ ସେଠାରୁ ନିଆଁ ଉଠି ଘରର ଚାଳକୁ ଧରିଦେଇଥିଲା

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ କୁଡୁତାଇର କପିଳପଲ୍ଲୀ ଗ୍ରାମରେ ଅଗ୍ନିକାଣ୍ଡ ଘଟି ପାଞ୍ଚ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଦୀପାବଳୀରେ ପୂର୍ବପୁରୁଷଙ୍କ ଉଦ୍ଧେଶ୍ୟରେ ଚଉରାମୂଳେ କାଉଁରିଆ ଜଳାଇଥିଲେ । ଏହି କାର୍ଯ୍ୟକ୍ରମ ସରିବା ପରେ ଜଳୁଥିବା ଏକ କାଉଁରିଆ କାଠିକୁ ତୁଳସୀ ଚଉରାମୂଳେ ପକାଇ ଦେଇ ଘରଭିତରକୁ ଯିବାପରେ ସେଠାରୁ ନିଆଁ ଉଠି ଘରର ଚାଳକୁ ଧରିଦେଇଥିଲା । ଚାହୁଁ ଚାହୁଁ ଏହା ପଡୋଶୀ ଘରକୁ ବ୍ୟାପି ଥିଲା । ଖବରପାଇ ବେଲଗୁଣ୍ଠା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲେ । ସେତେବେଳକୁ ଗାଁର ପାଞ୍ଚ ପରିବାରର ପାଞ୍ଚଟି ବଖରା ପୋଡି ପାଉଁଶ ହୋଇଯାଇଥିଲା । ବିଭିନ୍ନ ଗୃହ ଉପକରଣ ଜଳିଯିବା ସହ ସେମାନେ ସର୍ବସ୍ୱାନ୍ତ ହୋଇଯାଇଛନ୍ତି । ଆଲୋକର ପର୍ବ ଦୀପାବଳୀରେ ସାମାନ୍ୟ ଅସାବଧାନତା ଯୋଗୁଁ ସଂପୂର୍ଣ୍ଣ ଅନ୍ଧକାରମୟ ପାଲଟିଗଲା । ଏହି ପରିବାର ଗୁଡିକୁ ସରକାରଙ୍କ ପକ୍କଘର ମିଳିନଥିବା ବେଳେ ଏବେ କଚ୍ଚାଘର ଗୁଡିକ ଜଳିଯାଇଛି । ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରାଯାଇଛି ।

Show More

Related Articles

Back to top button