Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

୧୯୮୯ ନଭେମ୍ବର ୧୫, ଆଜିର ଦିନରେ ବିଶ୍ୱ କ୍ରିକେଟ ଜଗତକୁ ମିଳିଥିଲା ଇତିହାସର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ୍

ଆଜି ହେଉଛି ନଭେମ୍ବର ୧୫ ତାରିଖ. କ୍ରିକେଟ ଇତିହାସରେ ଆଜିର ଦିନଟି ଏକ ସ୍ମରଣୀୟ ଦିନ. ଆଜିଠୁଁ ୩୧ ବର୍ଷ ପୂର୍ବେ ଅର୍ଥାତ ୧୯୮୯ ମସିହା ଆଜିର ଦିନରେ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଥାପିଥିଲେ ମାଷ୍ଟର ବ୍ଲାଷ୍ଟର ଏବଂ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର. ପାକିସ୍ତାନ ବିପକ୍ଷରେ ମାତ୍ର ୧୬ ବର୍ଷ ବୟସରେ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ ସଚିନ

ଆଜି ହେଉଛି ନଭେମ୍ବର ୧୫ ତାରିଖ. କ୍ରିକେଟ ଇତିହାସରେ ଆଜିର ଦିନଟି ଏକ ସ୍ମରଣୀୟ ଦିନ. ଆଜିଠୁଁ ୩୧ ବର୍ଷ ପୂର୍ବେ ଅର୍ଥାତ ୧୯୮୯ ମସିହା ଆଜିର ଦିନରେ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଥାପିଥିଲେ ମାଷ୍ଟର ବ୍ଲାଷ୍ଟର ଏବଂ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର. ପାକିସ୍ତାନ ବିପକ୍ଷରେ ମାତ୍ର ୧୬ ବର୍ଷ ବୟସରେ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ ସଚିନ. କରାଚି ଠାରେ ଅନୁଷ୍ଠିତ ହୋଇଥିବା ଏହି ଟେଷ୍ଟ ମ୍ୟାଚରେ ସଚିନ ମାତ୍ର ୧୫ ରନ କରି ୱାକର ଯୁନିସଙ୍କ ଶିକାର ହୋଇଥିଲେ. ପାକିସ୍ତାନୀ ସ୍ପିଡ଼ ଷ୍ଟାର ୱାକର ଯୁନିସ ମଧ୍ୟ ଏହି ମ୍ୟାଚରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ. ୧୯୮୯ ଠାରୁ ଆରମ୍ଭ କରି ୨୦୧୩ ଯାଏ ଭାରତ ପାଇଁ କ୍ରିକେଟ ଖେଳିଥିଲେ ସଚିନ. ଏହା ସହ ବହୁ ରେକର୍ଡର ମଧ୍ୟ ଅଧିକାରୀ ହୋଇଥିଲେ. ସେ ନିଜର ୨୪ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ମଧ୍ୟରେ ସଚିନ ୨୦୦ ଟି ଟେଷ୍ଟ ମ୍ୟାଚ ଖେଳି ୫୧ ଟି ଶତକ ସହ ସଚିନ ୧୫୯୨୧ ରନ କରିଛନ୍ତି. ସେହିପରି ୪୬୩ ଟି ଏକଦିବସୀୟ ମ୍ୟାଚରୁ ୪୯ ଶତକ ସହ ୧୮୪୨୬ ରନ କରିଛନ୍ତି. ଏହି ଦୁଇ ଫର୍ମାଟରେ ସର୍ବାଧିକ ରନ, ସର୍ବାଧିକ ମ୍ୟାଚ ଖେଳିବା, ସର୍ବାଧିକ ଶତକ ଆଦି ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି. ଏହା ସହ ଭାରତ ପାଇଁ ଗୋଟିଏ ଟି – ଟ୍ୱେଣ୍ଟି ମ୍ୟାଚ ମଧ୍ୟ ସଚିନ ଖେଳିଛନ୍ତି. ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଛଅଟି ସିଜିନରେ ପ୍ରତିନିଧିତ୍ୱ କରିଛନ୍ତି ସଚିନ ତେନ୍ଦୁଲକର ।

Show More

Related Articles

Back to top button