Breaking PLUSଖେଳମୁଖ୍ୟ ଖବର

ଟେନିସ୍ ପ୍ରତିଯୋଗିତା ପାଇଁ ଦର୍ଶକଙ୍କ ପ୍ରବେଶକୁ ଅନୁମତି

ଚଳିତ ମାସ ୨୭ ତାରିଖରୁ ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ଖେଳାଯିବ ଫ୍ରେଞ୍ଚ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତା।

ପ୍ୟାରିସ: ଚଳିତ ମାସ ୨୭ ତାରିଖରୁ ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ଖେଳାଯିବ ଫ୍ରେଞ୍ଚ ଓପନ୍ ଗ୍ରାଣ୍ଡସ୍ଲାମ୍ ଟେନିସ୍ ପ୍ରତିଯୋଗିତା। ପ୍ରତିଯୋଗିତାରେ ଷ୍ଟାଡିୟମ୍ ଭିତରକୁ ପ୍ରଶଂସକଙ୍କ ପ୍ରବେଶକୁ ଅନୁମତି ମିଳିବ। ଏହି ସଂଖ୍ୟା ୧୧,୫୦୦ରେ ସୀମିତ ରଖାଯିବ। ପ୍ରତିଯୋଗିତା ଖେଳାଯିବାକୁ ଥିବା ଫିଲିପ କାର୍ଟର ଓ ସୁଜାନ-ଲେଙ୍ଗଲେନ୍ କୋର୍ଟକୁ ଦୈନିକ ସର୍ବାଧିକ ୫,୦୦୦ ଦର୍ଶକଙ୍କୁ ଛଡ଼ାଯିବ। ଅନ୍ୟପକ୍ଷରେ ତୁଳନାତ୍ମକ ଭାବେ ଆକାରରେ ‌ଛୋଟ ଥିବା ସିମୋନ-ମାଥ୍ୟୁ କୋର୍ଟ ଭିତରକୁ ମାତ୍ର ୧୫୦୦ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିବ। ଦର୍ଶକଙ୍କ ପାଇଁ ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ଭା‌ବେ ପାଳନ କରାଯିବ। ୧୧ ବର୍ଷରୁ ଅଧିକ ବୟସ୍କ ସମସ୍ତ ଦର୍ଶକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ।

Show More

Related Articles

Back to top button