ଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବର

ଆମେରିକା ବାଚସ୍ପତି ନାନ୍ସି ପେଲୋସୀଙ୍କ ସ୍ୱାମୀ ପଲ୍ ପେଲୋସୀଙ୍କୁ ମରଣାନ୍ତକ ଆକ୍ରମଣ

ୱାଶିଂଟନ: ଆମେରିକାର ବାଚସ୍ପତି ନାନ୍ସି ପେଲୋସୀଙ୍କ ସ୍ୱାମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଘରେ ପଶି ନାନ୍ସିଙ୍କ ସ୍ୱାମୀ ପଲ୍ ପେଲୋସୀଙ୍କୁ ପିଟିଲେ ଦୁର୍ବୃତ୍ତ। ଏନେଇ ପେଲୋସୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, କିଛି ଦୁର୍ବୃତ୍ତ ଗତକାଲି ସାନଫ୍ରାନ୍‌ସିସ୍କୋ ସ୍ଥିତ ପେଲୋସୀଙ୍କ ବାସଭବନକୁ ପଶି ଆସିଥିଲେ। ଏହାପରେ ନାନ୍ସି ପେଲୋସୀ କୁଆଡେ ଗଲେ କହି ପ୍ରଶ୍ନ କରିଥିଲେ। ଏହାପରେ ଘରେ ଭଙ୍ଗାରୁଜା କରିବା ସହ ନାନ୍ସିଙ୍କ ସ୍ୱାମୀ ପଲ୍‌କୁ ମାର୍‌ପିଟ୍ କରିଥିଲେ। ଏହି ଆକ୍ରମଣରେ ୮୨ ବର୍ଷୀୟ ପଲ୍ ଗୁରୁତର ହୋଇଛନ୍ତି। ତେବେ କିଏ ଓ କାହିଁକି ପଲ ପେଲୋସୀଙ୍କ ଉପରେ ଏପରି ମରଣାନ୍ତକ ଆକ୍ରମଣ କଲା ତାହା ଏର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ପଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଶୀଘ୍ର ଠିକ୍ ହୋଇଯିବେ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ପୁଲିସ ଏ ମାମଲାର ତଦନ୍ତ ଆରମ୍ଭ କରିଛି। ଆକ୍ରମଣ ବେଳେ ବାଚସ୍ପତି ନାନ୍ସି ପେଲୋସୀ ଘରେ ନଥିଲେ। ସେ ୱାଶିଂଟନରେ ଥିଲେ। ଘରେ ପଲଙ୍କୁ ଏକାକୀ ପାଇ ଦୁର୍ବୃତ୍ତ ତାଙ୍କ ଉପରେ ଆକ୍ରମଣ କରିଥିଲେ। ତେବେ କଡା ସୁରକ୍ଷା ସତ୍ତ୍ୱେ ଆକ୍ରମଣକାରୀ ଘର ଭିତରକୁ କିପରି ପଶିଲା ତାକୁ ନେଇ ପ୍ରଶ୍ନ ଉଠିଛି। ଏହି ଆକ୍ରମଣ ଏପରି ଏକ ସମୟରେ ହୋଇଛି ଯେତେବେଳେ ନାନ୍ସି ପାଲୋସୀଙ୍କ ମଧ୍ୟାବଧି ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ପେଲୋସୀଙ୍କ ସିନେଟ ଓ ସଦନ ନିୟନ୍ତ୍ରଣ ବାଜିରେ ଲାଗିଛି।

Show More

Related Articles

Back to top button