ଓଡ଼ିଶାଦୁର୍ଘଟଣାଦେଶଭକ୍ତିମୁଖ୍ୟ ଖବରସ୍ୱତନ୍ତ୍ର

ଶ୍ରୀମନ୍ଦିର ମାଜଣା ମଣ୍ଡପ ପାଖ ଚର୍ଚ୍ଚା ଘରୁ ଖସିଲା ପଥର

ପୁରୀ : ଶ୍ରୀମନ୍ଦିର ଚର୍ଚ୍ଚା ଘରୁ ଖସିଛି ପଥର। ଜଗମୋହନ ବାହାର ପାର୍ଶ୍ୱ ମାଜଣା ମଣ୍ଡପ ପାଖ ଚର୍ଚ୍ଚା ଘରୁ ପଥର ଖସିଥିବା ସୂଚନା ମିଳିଛି। ଗତକାଲି ସନ୍ଧ୍ୟା ସମୟରେ ଜେଟିପି ଚର୍ଚ୍ଚାଘର ବାହାର ପାର୍ଶ୍ୱରୁ ଗୋଟିଏ ଛୋଟ ପଥର ଖସିଥିଲା। ଏନେଇ ଏଏସ୍‌ଆଇକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅବଗତ କରାଯାଇଥିଲା। ତେବେ ପଥରଟିର ଓଜନ କେତେ ହେବ ଏଏସ୍‌ଆଇଙ୍କ ପକ୍ଷରୁ ସେନେଇ ସୂଚନା ଦିଆଯାଇ ନାହିଁ। ପଥରଟିର ଓଜନ ୨ରୁ୩ କିଲୋ ହେବ ବୋଲି ଅନୁମାନ କରାଯାଉଛି। ଏଏସ୍‌ଆଇ ଅଧିକାରୀଙ୍କ କହିବା ଅନୁସାରେ, ଗତକାଲି ଯେଉଁ ସ୍ଥାନରେ ପଥର ଖସିଥିଲା, ସେହି ସ୍ଥାନରେ ବେଶୀ ମାଙ୍କଡ଼ ଡିଆଁଡିଇଁ କରିଥାନ୍ତି। ସେହି କାରଣରୁ ପଥର ଖସି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ହେଲେ ପ୍ରକୃତ କାରଣ ଜଣାପଡ଼ିନାହିଁ। ଅଗଷ୍ଟ ମାସରେ ଶ୍ରୀମନ୍ଦିର ଗର୍ଭଗୃହରୁ ପ୍ରାୟ ଦେଢ କିଲୋଗ୍ରାମ ଓଜନର ଏକ କେମିକାଲ ଯୁକ୍ତ ପ୍ଳାଷ୍ଟର ଖସିଥିଲା। ପ୍ଳାଷ୍ଟରଟିକୁ ବଡ ଠାକୁର ଶ୍ରୀ ବଳଭଦ୍ରଙ୍କ ପଛପଟ ପରିକ୍ରମାରୁ ଠାବ କରାଯାଇଥିଲା। ପ୍ଳାଷ୍ଟରଟି ଖସିବା ପରେ ଗୁଣ୍ଡ ହୋଇଯାଇଥିଲ। ହେଲେ ତାହା ଏପର୍ଯ୍ୟନ୍ତ ମରାମତି ହୋଇନାହିଁ। ଏବେ ପୁଣି ଶ୍ରୀମନ୍ଦିରରୁ ପଥର ଖସିବା ପରେ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ସେବାୟତ ମହଲରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି।

Show More

Related Articles

Back to top button