Breaking PLUSଦେଶ ବିଦେଶମୁଖ୍ୟ ଖବର

ପଶୁପତିନାଥ ମନ୍ଦିର ଟ୍ରଷ୍ଟରେ ଇସାଇ ମହିଳାଙ୍କ ନିଯୁକ୍ତିକୁ ନେଇ ସଂସଦୀୟ ସମିତିର ବିରୋଧ

କାଠମାଣ୍ଡୁ- ହିନ୍ଦୁ ଆସ୍ଥାର କେନ୍ଦ୍ର ପଶୁପତିନାଥ ମନ୍ଦିର ଟ୍ରଷ୍ଟରେ ଇସାଇ ମହିଳାଙ୍କ ନିଯୁକ୍ତିକୁ ନେଇ ନେପାଳର ସଂସଦୀୟ ସମିତି ପକ୍ଷରୁ ବିରୋଧ କରାଯାଇଛି । ଟ୍ରଷ୍ଟର କାର୍ଯ୍ୟକାରୀ ପଦକୁ ନେଇ ହୋଇଥିବା ନିଯୁକ୍ତିକୁ ନେଇ ସାରା ଦେଶରେ ଅସନ୍ତୋଷ ଦେଖାଦେଇଛି ।
ନିକଟରେ ସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀଙ୍କ ଦ୍ୱାରା ପଶୁପତି କ୍ଷେତ୍ର ବିକାଶ କୋଷର କାର୍ଯ୍ୟକାରୀ ନିର୍ଦ୍ଦେଶକ ଭାବେ ଲକ୍ଷ୍ମୀ ପୁନ ନାମକ ଜଣେ ମହିଳାଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନିଆଯାଇଛି । ମାଓବାଦୀ ପାର୍ଟିର ସକ୍ରିୟ କାର୍ଯ୍ୟକାରୀ ତଥା ପାର୍ଟି ସଦସ୍ୟ ଲକ୍ଷ୍ମୀଙ୍କ ନିଯୁକ୍ତିକୁ ନେଇ ପ୍ରଥମେ ପ୍ରଶ୍ନ ଉଠାଇଥିଲେ । ତେବେ ସ୍ଥାନୀୟ ମିଡିଆ ଲକ୍ଷ୍ମୀ ଇସାଇ ବୋଲି ଚର୍ଚ୍ଚା କରିବା ପରେ ଏହି ମାମଲା ସଂସଦୀୟ ସମିତି ନିକଟରେ ପହଞ୍ଚିଛି ।

Show More

Related Articles

Back to top button