Breaking PLUSଦେଶ ବିଦେଶମୁଖ୍ୟ ଖବର

LAC ରେ ସବୁ ପ୍ରକାରର ସ୍ଥିତିକୁ ମୁକାବିଲା କରିବା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ଭାବରେ ସକ୍ଷମ – ରାଜନାଥ ସିଂ

ଭାରତ-ଚୀନ୍ ସୀମାରେ ପରିସ୍ଥିତି ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ରାଜ୍ୟସଭାକୁ ସୂଚନା ଦେଇଛନ୍ତି । ଶାନ୍ତି ଫେରାଇ ଆଣିବା ପାଇଁ ଅନେକ ଚୁକ୍ତିନାମା କରାଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି

ଭାରତ-ଚୀନ୍ ସୀମାରେ ପରିସ୍ଥିତି ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ରାଜ୍ୟସଭାକୁ ସୂଚନା ଦେଇଛନ୍ତି । ଶାନ୍ତି ଫେରାଇ ଆଣିବା ପାଇଁ ଅନେକ ଚୁକ୍ତିନାମା କରାଯାଇଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ଚୀନ୍ ବର୍ତ୍ତମାନ ଆନୁଷ୍ଠାନିକ ସୀମାକୁ ଗ୍ରହଣ କରୁ ନାହିଁ । ତାଙ୍କ ଶବ୍ଦ ଏବଂ କାର୍ଯ୍ୟ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି ହେଉଛି | ଆମର ସୈନିକମାନେ ଗାଲଭାନ୍ ଉପତ୍ୟକାରେ ହୋଇଥିବା ସଂଘର୍ଷରେ ଚୀନକୁ କଡା ଜବାବ ଦେଇଛନ୍ତି | ଚୀନ୍‌ର ସମସ୍ତ କାର୍ଯ୍ୟାନୁଷ୍ଠାନକୁ ଆମେ ଜବାବ ଦେବୁ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ଚୀନ୍ ପକ୍ଷରୁ ବର୍ତ୍ତମାନ ଜାଣିଶୁଣି LAC ରେ ଉତ୍ତେଜନା ସୃଷ୍ଟି କରାଯାଉଛି । LAC ଉପରେ ଯେକୌଣସି ଚୀନ୍ ସେନାର କାର୍ଯ୍ୟାନୁଷ୍ଠାନର ଜବାବ ଦେବାକୁ ଆମର ସେନା ସବୁବେଳେ ପ୍ରସ୍ତୁତ ରହିଛନ୍ତି |

ରାଜନାଥ ସିଂ କହିଛନ୍ତି ଯେ ଆମର ସୈନ୍ୟମାନେ ସୀମାରେ ଦୃଢତାର ସହ ଅଛନ୍ତି । ଭାରତ ପକ୍ଷରୁ କେବେବି କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ପ୍ରଥମ ଗ୍ରହଣ କରାଯାଇ ନାହିଁ,  କିନ୍ତୁ ଆମେ ଚୀନର ଉଦ୍ଦେଶ୍ୟକୁ ସଫଳ ହେବାକୁ ଦେଇ ନାହୁଁ । ରାଜନାଥ ସିଂ କହିଛନ୍ତି ଯେ ଆମେ ଏହି ସମସ୍ୟାର ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବାକୁ ଚାହୁଁ ହେଲେ ଆମ ପ୍ରତିପକ୍ଷ ଚୀନ୍ ଏହା ଚାହୁଁ ନାହିଁ ।

ରାଜନାଥ ସିଂ କହିଛନ୍ତି ଯେ ଦୁଇଦେଶର ଆଲୋଚନାରେ ଯେଉଁ ନିଷ୍ପତି ନିଆଯାଉଛି ଆମର ସଶସ୍ତ୍ର ବାହିନୀ ସେହି ନିୟମକୁ ସ୍ପଷ୍ଟ ଭାବରେ ପାଳନ କରୁଥିବାବେଳେ ଚୀନ୍ ଏଥିରୁ ଓହରି ଯାଉଛି । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଚୀନ୍‌ର କାର୍ଯ୍ୟ ଆମର ବିଭିନ୍ନ ଦ୍ୱିପାକ୍ଷିକ ଚୁକ୍ତିନାମାକୁ ଉଲ୍ଲଂଘନ କରୁଛି । ଚୀନ୍ ସୈନ୍ୟମାନଙ୍କର କାର୍ଯ୍ୟ 1993 ଏବଂ 1996 ଚୁକ୍ତିନାମା ବିରୁଦ୍ଧାଚରଣ କରୁଛି | ପ୍ରକୃତ ନିୟନ୍ତ୍ରଣ ଲାଇନର ସମ୍ମାନ ଏବଂ କଠୋର ଯାଞ୍ଚ ହେଉଛି ସୀମାନ୍ତ ଅଞ୍ଚଳରେ ଶାନ୍ତିର ଆଧାର | ଯାହାକି ଚୀନ ପକ୍ଷରୁ ଗ୍ରହଣ କରାଯାଉ ନାହିଁ ବୋଲି ରାଜନାଥ ସିଂହ ତାଙ୍କ ଭାଷଣରେ ରାଜ୍ୟସଭାକୁ ଅବଗତ କରାଇଛନ୍ତି ।

Show More

Related Articles

Back to top button