ଦୁଇ ନାବାଳକ ପୁଅଙ୍କର ଜଘନ୍ୟ କାଣ୍ଡ, ସାବାଳରେ ପିଟି ମାଆକୁ କଲେ ହତ୍ୟା
ଭୁବନେଶ୍ବରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଅଞ୍ଚଳରେ ଥିବା ଅର୍କିଡ୍ ରିଜେନସି ଆପାର୍ଟମେଣ୍ଟରେ ଏକ ଚାଞ୍ଚଲ୍ୟ ହତ୍ୟାକାଣ୍ଡ ଘଟିଯାଇଛି । ଜଣେ ମହିଳାଙ୍କୁ ତାଙ୍କ ଦୁଇ ନାବାଳକ ପୁଅ ପିଟି ପିଟି ମାରିଦେଇଥିବା ଜଣା ପଡିଛି । ମୃତ ମହିଳାଙ୍କ ନାମ ବିନୋଦିନୀ ମିଶ୍ର ବୋଲି ଜଣାପଡ଼ିଛି। ତାଙ୍କର ବୟସ ୩୮ ବର୍ଷ ବୋଲି ସୂଚନା ମିଳିଛି ।

ଯଦିଓ ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ, ତେବେ ପାରିବାରିକ କଳହ ଏହି ଘଟଣାର ମୁଖ୍ୟ କାରଣ ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଉଭୟ ଅଭିଯୁକ୍ତ ପୁଅଙ୍କ ବୟସ ଯଥାକ୍ରମେ ୧୩ ଏବଂ ୧୬ ବର୍ଷ । ଉଭୟେ ସ୍କୁଲରେ ପଢୁଥିବା ଜଣାଯାଇଛି। ଏହି ଅଘଟଣ ଗତକାଲି ରାତି ପ୍ରାୟ ୧୨ଟା ବେଳେ ଘଟିଥିଲା।
ଖବର ପାଇ ରାତି ପ୍ରାୟ ୧ଟା ବେଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବିନୋଦିନୀ ମିଶ୍ରଙ୍କ ଶବକୁ ଜବତ କରିବା ସହ ପଚରାଉଚରା ପାଇଁ ଦୁଇ ଅଭିଯୁକ୍ତ ନାବାଳକ ପୁଅଙ୍କୁ ମଧ୍ୟ ଅଟକ ରଖିଥିବାର ସୂଚନା ମିଳିଛି। ମୃତ୍ୟୁବରଣ କରିଥିବା ମହିଳା ଜଣକ ସବୁବେଳେ ନିଶାସେବନ କରି ତାଙ୍କ ଦୁଇ ନାବାଳକ ପୁଅଙ୍କୁ ମାରପିଟ୍ କରୁଥିବା ଜଣାପଡିଛି । ଗତକାଲି ମଧ୍ୟ ଦୁଇ ପୁଅଙ୍କୁ ବାଡେଇବାରୁ ଦୁଇ ପୁଅ ଉତ୍ତକ୍ଷିପ୍ତ ହୋଇ ଏକ ସାବଳରେ ମାଆକୁ ପିଟିଥିଲେ ଏହା ପରେ ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା।