Breaking PLUSଦେଶ ବିଦେଶମୁଖ୍ୟ ଖବର

ପାକିସ୍ତାନରେ ଯୁବ ସାମ୍ବାଦିକାଙ୍କୁ ଗୁଳିକରି ହତ୍ୟା

ପାକିସ୍ତାନର ଯୁବ ସାମ୍ବାଦିକା ଶାହିନା ଶାହିନ୍ ବେଲୋଚ ନାମକ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ହତ୍ୟା କାଣ୍ଡରେ ତାଙ୍କ ସ୍ୱାମିଙ୍କ ସମ୍ପରୁକ୍ତି ଥିବା ଅନୁମାନ କରାଯାଉଛି । ତାଙ୍କୁ ମୃତ୍ୟୁ ବେଳକୁ ୨୭ ବର୍ଷ ବୟଷ ହୋଇଥିଲା

ଇସଲାମାବାଦ : ପାକିସ୍ତାନର ଯୁବ ସାମ୍ବାଦିକା ଶାହିନା ଶାହିନ୍ ବେଲୋଚ ନାମକ ଜଣେ ମହିଳାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଏହି ହତ୍ୟା କାଣ୍ଡରେ ତାଙ୍କ ସ୍ୱାମିଙ୍କ ସମ୍ପରୁକ୍ତି ଥିବା ଅନୁମାନ କରାଯାଉଛି । ତାଙ୍କୁ ମୃତ୍ୟୁ ବେଳକୁ ୨୭ ବର୍ଷ ବୟଷ ହୋଇଥିଲା । ସେ ପାକିସ୍ତାନର ସରକାରୀ ଗଣମାଧ୍ୟମରେ କାମ କରୁଥିଲେ । ତାଙ୍କୁ କିଛି ଦିନ ପୂର୍ବରୁ ବାଲୁଚିସ୍ତାନର ତୁର୍ବାଟ କୁ ବଦଳି କରାଯାଇଥିଲା । ଶାହିନ୍ ପୂର୍ବରୁ ଇସଲାମାବାଦରେ ଏକ ଘରୋଇ ଟିଭି ଚ୍ୟାନେଲରେ କାମ କରୁଥିଲେ। ଏହା ପରେ ତାଙ୍କୁ ସରକାରୀ ଟିଭି ଚ୍ୟାନେଲରେ ନିଯୁକ୍ତି ମିଳିଥିଲା। ଇସଲାମାବାଦରେ କିଛି ମାସ ରହିବା ପରେ ଶାହିନଙ୍କୁ ବାଲୁଚିସ୍ତାନକୁବଦଳି କରାଯାଇଥିଲା। ସେ ଏକ ସ୍ଥାନୀୟ ପତ୍ରିକାର ସମ୍ପାଦକ ମଧ୍ୟ ଥିଲେ। ୨୭ ବର୍ଷର ଶାହିନ୍ ମଧ୍ୟ କ୍ୱେଟା ବିଶ୍ୱବିଦ୍ୟାଳୟରେ ପିଏଚଡି କରୁଥିଲେ।

ଶାହିନଙ୍କୁ ତାଙ୍କ ଘରେ ହତ୍ୟା କରାଯାଇଥିଲା। ପୋଲିସର ସୂଚନାନୁସାରେ ଏହି ଦୁଇ ଆକ୍ରମଣକାରୀ ତାଙ୍କ ଘରେ ପହଞ୍ଚିଥିଲେ। କବାଟ ଖୋଲିବା ମାତ୍ରେ ଶାହିନଙ୍କ ଉପରକୁ ଗୁଳି ଚଳାଇଥିଲେ। ଶାହିନଙ୍କ ଉପରକୁ  ପାଞ୍ଚଟି ଗୁଳି ଚଳାଯାଇଥିଲା। ପୁଲିସର ସୂଚନାନୁସାରେ, ଜଣେ ଅଜ୍ଞାତ ବ୍ୟକ୍ତି ଶାହିନଙ୍କୁ ଡାକ୍ତରଖାନା ନେଇଥିଲେ କିନ୍ତୁ କିଛି ସମୟ ପରେ ସେ ସେଠାରେ ନିଜର କାର ଛାଡି  ଖସି ପଳାଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି। ଶାହିନଙ୍କ ପରିବାରର କିଛି ଲୋକଙ୍କ ବିରୋଧରେ ମାମଲା ଦାୟର କରାଯାିଛି। ଏଥିରେ ଶାହିନଙ୍କ ସ୍ୱାମୀଙ୍କ ନାମ ଅନ୍ତର୍ଭୁକ୍ତ।

Show More

Related Articles

Back to top button