Breaking PLUSଓଡ଼ିଶାମନୋରଞ୍ଜନମୁଖ୍ୟ ଖବର

ବର୍ଷା-ଅନୁଭବ ମାମଲାରେ ନୂଆ ମୋଡ଼

ମଦ ପିଇଲେ ହିତାହିତ ଜ୍ଞାନ ଭୁଲି ଯାଆନ୍ତି ଅନୁଭବ। ବର୍ଷା ଉପସ୍ଥିତିରେ ଅନୁଭବ ତାଙ୍କ ସାଙ୍ଗମାନଙ୍କ ସହ ବେଡ ରୁମରେ ମଦ୍ୟପାନ କରନ୍ତି ଏବଂ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଅନ୍ତି । ବର୍ଷା ବିରୋଧ କଲେ ତାଙ୍କୁ ଘରୁ ବାହାର କରିବାର ଧମକ ଦିଅନ୍ତି ।

ଭୁବନେଶ୍ୱର: ପ୍ରଥମେ ଅନୁଭବ ଛାଡ଼ପତ୍ର ପାଇଁ ପିଟିସନ୍‌ ପକାଇଥିଲେ । ଦିଲ୍ଲୀ ପଟିଆଲା ହାଉସରେ ଆବେଦନ କରିଥିବା ପିଟିସନ ରହିଛି । ପୂର୍ବରୁ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ସାଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ ବର୍ଷା ପ୍ରିୟ ଦର୍ଶୀନି । ବର୍ଷା କୋର୍ଟରେ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ ଅନୁଭବ ଜଣେ ପେସାଦାର ମଦ୍ୟପ । ସେ ମଦ ପିଇଲେ ହିତାହିତ ଜ୍ଞାନ ଭୁଲି ଯାଆନ୍ତି । ବର୍ଷା ଉପସ୍ଥିତିରେ ଅନୁଭବ ତାଙ୍କ ସାଙ୍ଗମାନଙ୍କ ସହ ବେଡ ରୁମରେ ମଦ୍ୟପାନ କରନ୍ତି ଏବଂ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଅନ୍ତି । ବର୍ଷା ବିରୋଧ କଲେ ତାଙ୍କୁ ଘରୁ ବାହାର କରିବାର ଧମକ ଦିଅନ୍ତି । ଓଲିଉଡର ଅନ୍ୟ ଝିଅମାନଙ୍କ ସହ ଅନୁଭବଙ୍କର ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି ବର୍ଷା । କ୍ଷତିପୂରଣ ବାବଦକୁ 13 କୋଟି ଟଙ୍କା, ସ୍ୱାସ୍ଥ୍ୟଗତ ଚିକିତ୍ସା ଏବଂ ରୋଜଗାର ହାରାଇବାରୁ 2 କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ଆବେଦନରେ ଉଲ୍ଲେଖ କରିଛନ୍ତି । ହେଲେ ଏ ବାବଦରେ ବର୍ଷା ପ୍ରିୟଦର୍ଶନୀ କିମ୍ବା ତାଙ୍କ ଓକିଲ କିଛି ବି ପ୍ରତିକ୍ରିୟା ଗଣମାଧ୍ୟମ ଆଗରେ ଦେଇନାହାଁନ୍ତି । ଅପରପଟେ ଏ ନେଇ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖି ଅନୁଭବ କହିଛନ୍ତି, ଏ ନେଇ ମୋ ପାଖକୁ କୌଣସି ଲିଗାଲ ନୋଟିସ ଆସିନାହିଁ । ଲିଗାଲ ନୋଟିସ ମିଳିଲେ ମୁଁ ତାର ଜବାବ ରଖିବି ।

Show More

Related Articles

Back to top button